ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୭୭୨ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୭୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୮୨୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୬୭୮୨ଜଣ ସୁସ୍ଥ ହୋଇଛନ୍ତି । 

ଆସନ୍ତା ୨୫ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ଅଧିବେଶନକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ୧୫ ତାରିଖରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ୩୦ରେ ବିଧାନସୌଧର ୫୯ ନମ୍ବର ପ୍ରକୋଷ୍ଠରେ ବୈଠକ ଅନୁଷ୍ଠିତ ହେବ।

ଆସନ୍ତା ୨୦ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା କ୍ରମଶଃ ଘନୀଭୂତ ହୋଇ ଉତ୍ତର ବଙ୍ଗୋପସାଗରରେ ପହଞ୍ଚିବ। ଏହା କେତେ ଘନୀଭୂତ ହେବ, ବାତ୍ୟା ରୂପ ନେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ପରିବେଶ ଅନୁକୂଳ ଥିବାରୁ ଏହା ବାତ୍ୟା ରୂପ ନେଇପାରେ : ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୬୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୭ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୯ ଲକ୍ଷ ୯୬ ହଜାର ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୩୩୯୧୭ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୪ ଲକ୍ଷ ୪୬ ହଜାର ୧୭୧ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୧୫୯୭୪ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

କର୍ଣ୍ଣାଟକର ସ୍କୁଲ ଏବଂ କଲେଜଗୁଡ଼ିକରେ ହିଜାବକୁ ନେଇ ଚାଲିଥିବା ବିବାଦକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ ରାୟ । ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ କର୍ଣ୍ଣାଟକ ହାଇକୋର୍ଟ ନିଷେଧାଦେଶ ଜାରି କରିଛନ୍ତି। ଏହା ସହିତ ହିଜାବ ବିରୋଧରେ ଆଦେଶକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ପିଟିସନକୁ ଖାରଜ କରିଦିଆଯାଇଛି ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି ଯେ ଇସଲାମରେ ହିଜାବ ପିନ୍ଧିବା ବାଧ୍ୟତାମୂଳକ ନୁହେଁ ସ୍କୁଲ-କଲେଜର ଛାତ୍ରୀମାନେ ୟୁନିଫର୍ମ ପିନ୍ଧିବାକୁ ମନା କରିପାରିବେ ନାହିଁ ।

ଋଷ-ୟୁକ୍ରେନ ଯୁଦ୍ଧର ପ୍ରଭାବ ଏବେ ସବୁଆଡେ ଦେଖିବାକୁ ମିଳୁଛି । ଏଫଏମସିଜି କମ୍ପାନି ନେସଲେ ଓ ହିନ୍ଦୁସ୍ତାନ ୟୁନିଲିଭର ସେମାନଙ୍କର କିଛି ସାମଗ୍ରୀର ଦାମ ବଢ଼ାଇଛନ୍ତି । ନେସଲେର ମ୍ୟାଗି, କଫି, ଚା’ ଆଦି ସାମଗ୍ରୀର ଦାମ ବୃଦ୍ଧି ପାଇଛି ।ସେହିପରି ହିନ୍ଦୁସ୍ତାନ ୟୁନିଲିଭର କଫି, ଚା’ ଆଦି ସାମଗ୍ରୀର ଦର ବଢ଼ାଇଛନ୍ତି । କମ୍ପାନି ପକ୍ଷରୁ କୁହାଯାଇଛି, ଦିନକୁ ଦିନ ମୁଦ୍ରାସ୍ଫୀତିର ଚାପ ବଢ଼ୁଥିବାରୁ ଏସବୁର ମୂଲ୍ୟ ବୃଦ୍ଧି କରାଯାଇଛି ।

ମାର୍ଚ୍ଚ ୯ରେ ହଠାତ୍ ପାକିସ୍ତାନ ମାଟିରେ ପଡିଥିବା ଭାରତୀୟ ମିସାଇଲ ସମ୍ପର୍କରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି ଯେ ପ୍ରତିଦିନ ହେଉଥିବା ରକ୍ଷଣାବେକ୍ଷଣ ଏବଂ ଯାଞ୍ଚ ସମୟରେ ହଠାତ୍ ସକାଳ ୭ଟାରେ ଏହି କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇଯାଇଥିଲା ଏହି ଘଟଣା ପାଇଁ ଆମେ ଦୁଃଖିତ ତେବେ ଏହି ଦୁର୍ଘଟଣା ହେତୁ କେହି ଆହତ ହୋଇ ନ ଥିବାରୁ ଆମେ ଆଶ୍ୱସ୍ତ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଚିଙ୍ଗୁଡ଼ି ଘେରିରେ ଟ୍ରାକ୍ଟର ଓଲଟି ଶ୍ରମିକ ମୃତ...

Tue Mar 15 , 2022
ଦେବକାନ୍ତ ମହାନ୍ତି ,ଚାନ୍ଦବାଲି ,୧୫\୦୩\୨୦୨୨-ଆରଡିଫାଣ୍ଡି ଅଧିନସ୍ଥ ସନ୍ତରା ଗାଁ ନିକଟରେ ଜୈନିକ ଠିକାଦାରଙ୍କ ଦ୍ବାରା ଏକ ଚିଙ୍ଗୁଡି ଘେରି ୩\୪ଟି ଟ୍ରାକ୍ଟର ଦ୍ବାରା ଖୋଳା ଚାଲିଥିବା ବେଳେ ଗୋଟିଏ ଟ୍ରାକ୍ଟର ଓଲଟି ପଡିବାରୁ ଚାପି ହୋଇ ଅଚିହ୍ନା ଶ୍ରମିକଙ୍କ ମୃତ୍ଯୁ ଘଟିଛି। ଏପରି ଘଟଣା ଘଟିବା ପରେ ପାଖରେ ଥିବା ଠିକାଦାର ଓ ଅନ୍ଯମାନେ ଫେରାର ହୋଇଯାଇଛନ୍ତି। ଖବରପାଇ ଆରିଡି ପୋଲିସ ପହଁଚିଥିବା ବେଳେ ଶ୍ରମିକ ମୃତ୍ଯୁ ଓ ଗାଁ […]

You May Like

Pin It on Pinterest