ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୬୮୫୨ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୬୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୫୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୬୯୩୪ଜଣ ସୁସ୍ଥ ହୋଇଛନ୍ତି ।
ଆଜିଠୁ ୧୨ରୁ ୧୪ ବର୍ଷର ପିଲାଙ୍କୁ ଦିଆଯିବ କରୋନା ଟିକା। ଯେଉଁ ପିଲାମାନେ ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବେ ସେମାନଙ୍କୁ ହିଁ ଟିକା ଦିଆଯିବ । ତେବେ ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ ।
ରାଜ୍ୟରେ COVID-19ର ପରିସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଏହି ପ୍ରତିବନ୍ଧକକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜନସାଧାରଣଙ୍କ ସମାବେଶ ଉପରେ ରାତି ୧୨ଟାରୁ ୫ଟା ପର୍ଯ୍ୟନ୍ତ ଲୋକ ତଥା ଯାନବାହନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ ।ତେବେ ହୋଲିକା ଦହନ ଅବସରରେ ଏହି ରିହାତି ଦିଆଯାଇଛି । କ୍ରମରେ କୁହାଯାଇଛି ଯେ ‘ହୋଲିକା ଦହନ’ ଅବସରରେ ମାର୍ଚ୍ଚ ୧୭ ବ୍ୟତୀତ ଏହି ପ୍ରତିବନ୍ଧକ ସବୁ ଦିନ ଜାରି ରହିବ ।
ଆଜିଠୁ ବଢିବ ତାପମାତ୍ରା । ଓଡ଼ିଶାର କେତେକ ସ୍ଥାନରେ ୪୦ ଡିଗ୍ରୀ ମୁହାଁ ହେଲାଣି ପାରଦ । ଗତକାଲି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଅନୁଗୁଳରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୩୯ ଡିଗ୍ରୀ ଥିବା ବେଳେ ବାରିପଦା, ସୋନପୁରରେ ତାପମାତ୍ରା ୩୯ ଡିଗ୍ରୀ ଉପରେ ରହିଥିଲା । ସେହିପରି ୧୨ଟି ସହରରେ ତାପମାତ୍ରା ୩୮ ଡିଗ୍ରୀ କିମ୍ବା ତାଠାରୁ ଅଧିକ ଥିଲା। ରାଜଧାନୀ ଭୁବନେଶ୍ୱରରେ ୩୮.୧ ଏବଂ କଟକରେ ୩୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଥିଲା ।
ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୮୭୬ କରୋନାଜନିତ ନୂତନ ସଂକ୍ରମଣ ଓ ୯୮ ମୃତ୍ୟୁ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୨୯,୯୮,୯୩୮ରେ ପହଞ୍ଚିଥିବା ବେଳେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୧୬,୦୭୨ରେ ପହଞ୍ଚିଛି । ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୨୪,୫୦,୦୫୫। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୨୮୧୧ ।
ପଞ୍ଜାବ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ୫ଟି( ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ) ରାଜ୍ୟରେ ପରାଜୟ ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଏହି ରାଜ୍ୟଗୁଡ଼ିକର ରାଜ୍ୟ ସଭାପତିଙ୍କ ଇସ୍ତଫା ଦାବି କରିଥିଲେ ।ନବଜୋତ ସିଂ ସିଦ୍ଧୁ ଟ୍ୱିଟ୍ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି । ସିଦ୍ଧୁ କହିଛନ୍ତି, କଂଗ୍ରେସ ସଭାପତିଙ୍କ ଇଚ୍ଛା ଅନୁଯାୟୀ ମୁଁ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଉଛି ।
ଆମ୍ ଆଦମୀ ପାର୍ଟିର ନବ ନିର୍ବାଚିତ ବିଧାୟକ ଭଗଓ୍ୱନ୍ତ ମାନ୍ ଆଜି ମଧ୍ୟାହ୍ନରେ ପଞ୍ଜାବର ସିଏମ୍ ଭାବେ ଶପଥ ନେବେ। ଶପଥ ଗ୍ରହଣ ପାଇଁ ହୋଶିଆରପୁର ଜିଲ୍ଲାର ସହିଦ-ଏ-ଆଜମ ଭଗଓ୍ୱନ୍ତ ସିଂହଙ୍କ ଗାଁ ଖଟକରାଲାନକୁ ଭଗଓ୍ୱନ୍ତ ମାନ୍ ବାଛିଛନ୍ତି ।
ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଯୋଗୁଁ ମୋଟ ୪୬ କୋଟି ୧୫ ଲକ୍ଷ ୩୧ ହଜାର ୭୮୮ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୯ କୋଟି ୪୮ ଲକ୍ଷ ୬୬ ହଜାର ୪୭୪ ଜଣ ସୁସ୍ଥ ହୋଇଥିଲା ବେଳେ ୬୦ ଲକ୍ଷ ୭୩ ହଜାର ୧୭୬ ଜଣଙ୍କର ମୃତ୍ୟୁ ହୋଇଛି ।



