
ପ୍ରମୋଦ ନାୟକ(ଭୁବନେଶ୍ୱର): ୧୬।୦୩ -ଆଜିଠାରୁ ୧୨ ରୁ ୧୪ ବର୍ଷ ପିଲାଙ୍କର କୋଭିଡ ଟିକାକରଣ ଆରମ୍ଭ ହୋଇଛି। ରାଜ୍ୟର ୫୪ ଟି ଟିକାକରଣ କେନ୍ଦ୍ରରେ ଟିକାଦାନ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ୨୦୧୦ ମାର୍ଚ୍ଚ ୧୫ ପୂର୍ବରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ଟିକା ଦିଆଯଉଛି। ଏହା ସହ ୬୦ ବର୍ଷରୁ ଅଧିକ ସମସ୍ତ ବ୍ୟକ୍ତିଙ୍କୁ ମଧ୍ୟ ଆଜିଠାରୁ ପ୍ରିକସନ ଡୋଜ ନେଇପାରିବେ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୧୮ ବର୍ଷରୁ ଅଧିକ ଓ ୧୫ ରୁ ୧୭ ବର୍ଷ ପିଲାଙ୍କର ଟିକାକରଣ ପୂର୍ବ ଭଳି ଜାରି ରହିଛି। ବର୍ତ୍ତମାନ ସୁଦ୍ଧା ୬ କୋଟି ୨୧ ଲକ୍ଷ ଟିକା ଦିଆଯାଇଛି। ଯେଉଁଥିରେ ୧୮ ବର୍ଷରୁ ଉର୍ଦ୍ଧ୍ବ ପ୍ରଥମ ଡୋଜ ନେଇଛନ୍ତି ୯୫.୪% । ଦ୍ଵିତୀୟ ଡୋଜ ନେଇଛନ୍ତି ୮୪%। ସେହିଭଳି ୧୫ ରୁ ୧୭ ବର୍ଷ ପିଲାଙ୍କ ମଧ୍ୟରୁ ୮୨% ପ୍ରଥମ ଡୋଜ ନେଇଥିବାବେଳେ ୬୩% ଦ୍ଵିତୀୟ ଡୋଜ ନେଇସାରିଛନ୍ତି। ୧୨ରୁ ୧୪ ବର୍ଷର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯିବ। ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ ଦିଆଯିବ। ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାକରଣ ଚାଲିଥିବା ବେଳେ ଅନେକ ପିଲା ଟିକା ନେଇଛନ୍ତି ।