ଗୁରୁତ୍ୱପୂର୍ଣ ସୂଚନା …
ଗତକାଲି ବାଲେଶ୍ୱର ଓ ନୀଳଗିରି ରୋଡ଼ ଷ୍ଟେସନ ମଧ୍ୟରେ ସଂରକ୍ଷ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ଚାଲୁଥିବା ବେଳେ ରେଳ ଧାରଣା ଉପରେ ଗାର୍ଡ଼ର ଖସିପଡିବ ଯୋଗୁଁ ଭଦ୍ରକ ଓ ଖଡ଼ଗ୍ପୁର ମଧ୍ୟରେ ଟ୍ରେନ ଚଳାଚଳ ବ୍ୟାହତ ହୋଇଥିଲା ଯାହା ଫଳରେ କେତେକ ଟ୍ରେନକୁ ବାତିଲ କରାଯାଇଥିଲା ବେଳେ କେତେକର ମାର୍ଗ ପରିବର୍ତ୍ତନ, ଆଂଶିକ ବାତିଲ ଓ ନିୟନ୍ତ୍ରଣ କରାଯାଇଥିଲା I
ସେଥିପାଇଁ ସଂଯୋଗକାରୀ ଟ୍ରେନ ର ବାତିଲ ପାଇଁ ଆଜି ଉଭୟ ଦିଗରୁ ପୁରୀ-ହାଓଡ଼ା ଶତାବ୍ଦୀ ଏକ୍ସପ୍ରେସ କୁ ବାତିଲ କରାଯାଇଥିଲା I ଯାତ୍ରୀ ମାନଙ୍କ ସୁବିଧା ପାଇଁ ଆଜି (୩୦.୧୨.୨୦୧୯) ପୁରୀ ଓ ସନ୍ତ୍ରାଗାଛି (ହାଓଡ଼ା) ମଧ୍ୟରେ ପୂର୍ବତଟ ରେଳପଥ ପକ୍ଷରୁ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯାଉଅଛି I
ଏହି ଟ୍ରେନ ଆଜି ପୁରୀ ଠାରୁ ଦିନ ୧୨ଘ.୩୦ମି.ରେ ଛାଡି ସନ୍ତ୍ରାଗାଛି ଠାରେ ରାତ୍ର ୧୦ଘଟିକାରେ ପହଞ୍ଚିବ ଓ ସେଠାରୁ ରାତ୍ର ୧୧ଘଟିକାରେ ଛାଡି ପୁରୀ ଠାରେ ଆସନ୍ତାକାଲି ପୂର୍ବାହ୍ନ ୯ଘ.୪୫ମି.ରେ ପହଞ୍ଚିବ I
ଏହି ଟ୍ରେନ ପୁରୀ ଓ ସନ୍ତ୍ରାଗାଛି ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, କଟକ, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର ଓ ଖଡ଼ଗ୍ପୁର ଷ୍ଟେସନ ଠାରେ ରହଣି କରିବ I
ଏହି ଟ୍ରେନରେ ଗୋଟିଏ ଏସି-୨ ଟାୟାର, ୪ଟି ଏସି-୩ ଟାୟାର, ୧୦ଟି ସ୍ଲିପର କ୍ଲାସ, ୫ଟି ସାଧାରଣ ଦ୍ଵିତୀୟ ଶ୍ରେଣୀ ଓ ଦୁଇଟି ଗାର୍ଡ ଓ ଲଗେଜ ଭ୍ୟାନ ଉପଲବ୍ଧ ଅଛି I
ଶତାବ୍ଦୀ ଏକ୍ସପ୍ରେସର ଯାତ୍ରୀମାନଙ୍କ ସହ ପ୍ରତିକ୍ଷ୍ୟାରେ ଥିବା ଯାତ୍ରୀ ମାନେ ଏହି ସ୍ୱତନ୍ତ୍ର ଟ୍ରେନର ସୁବିଧା ନେଇ ପାରିବେ I