ନେହେରୁ ଯୁବକେନ୍ଦ୍ର ପକ୍ଷ ରୁ ସାରା ଆକାଶ କ୍ଲବର ଜିଲ୍ଲା ସ୍ତରୀୟ କଳା ଓ ସଂସ୍କୃତି ପ୍ରୋତ୍ସାହନ କାର୍ଯ୍ୟକ୍ରମ…

ଦେବକାନ୍ତ ମହାନ୍ତି, ଚାନ୍ଦବାଲି, ୧୮//୦୪//୨୦୨୨।ଭଦ୍ରକ ନେହେରୁ ଯୁବକେନ୍ଦ୍ର ପକ୍ଷରୁ ସାରା ଆକାଶ କ୍ଲବରେ ଜିଲ୍ଲା ସ୍ତରୀୟ କଳା ଓ ସଂସ୍କୃତି ପ୍ରୋତ୍ସାହନ କାର୍ଯ୍ୟକ୍ରମ ଘଣ୍ଟେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି । କ୍ଲବ ସଭାପତି ସୁଧାକର ଧନୀଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିବା ବେଳେ ଉଦଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲା କଳା ସଂସ୍କୃତି ସଂଘର ଉପ ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମଲ୍ଲିକ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ମୁଖ୍ୟବକ୍ତା ଭାବରେ ଶାରଦା ଦେବୀ ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟବ୍ରତ ଭାରତୀ, ସମ୍ମାନୀତ ଅତିଥି ଭାବେ ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘ ର ଉପ ସଭାପତି ତ୍ରିଲୋଚନ ପଣ୍ଡା , ଘଣ୍ଟେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ଅଧ୍ୟାପିକା ସୁଶ୍ରୀ ସଂଯୁକ୍ତ। ଭାରତୀ, ସିନେ କଳାକାର ଲକ୍ଷ୍ମଣ ସାହୁ , କ୍ଲବ ର ପ୍ରତିଷ୍ଠାତା ଦେବ ପ୍ରସାଦ ମିଶ୍ର ,ସଂଗୀତ କଳାକାର ମାର୍କଣ୍ଡ ବାରିକ, କଳାକାର ଉମାକାନ୍ତ ପ୍ରଧାନ ଓ ଦେବାନନ୍ଦ ନାୟକ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ନୃତ୍ୟ, ସଂଗୀତ, ଏକକ ଅଭିନୟ କ୍ଷେତ୍ରରେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ରୁ୧୨୦ ଜଣ ଛାତ୍ର/ଛାତ୍ରୀ ଭାଗ ନେଇଥିଲେ । ସଂଗୀତ ପ୍ରତିଯୋଗିତାରେ ସିନିୟର ବିଭାଗର ବିଜୟାନନ୍ଦ ମହାଳିକ ଓ ଶ୍ରୀକାନ୍ତ ବେହେରା -ପ୍ରଥମ, ସଂଗୀତ ଜୁନିୟର ବିଭାଗରେ ଲିଜ଼ା ନାଥ-ପ୍ରଥମ, ନୃତ୍ୟ ସିନିୟର ବିଭାଗରେ ସୁପ୍ରିୟା ବାରିକ-ପ୍ରଥମ,ସ୍ଥାନ ଅଧିକାର କରିଥିଲେ । ନୃତ୍ୟ ଜୁନିୟର ବିଭାଗରେ ରୁନିତା ପରିଡା-ପ୍ରଥମସ୍ଥାନ ଅଧିକାର କରିଥିବା ବେଳେ ଏକକ ଅଭିନୟରେ ରେଖାରାଣୀ ସାହୁ କୃତିତ୍ୱ ହାସଲ କରିଥିଲେ । ବିଚାରକ ଭାବରେ ସୁବାଷ ଚନ୍ଦ୍ର ମଲ୍ଲିକ ଓ ସତ୍ୟବ୍ରତ ଭାରତୀ ଯୋଗ ଦେଇଥିଲେ। କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Mar 19 , 2022
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୧୦୮ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୭୨୭୧ଜଣ ସୁସ୍ଥ ହୋଇଛନ୍ତି । ଆଜି ରଙ୍ଗର ପର୍ବ ହୋଲି । ଗାଁଠୁ ସହର […]

You May Like

Pin It on Pinterest