ଆଜିର ଖାସ୍ ଖବର

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୧୦୮ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୬୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୭୭୨୭୧ଜଣ ସୁସ୍ଥ ହୋଇଛନ୍ତି ।

ଆଜି ରଙ୍ଗର ପର୍ବ ହୋଲି ଗାଁଠୁ ସହର ସବୁଠି ହୋଲିର ମାହୋଲ ।

ଆଜି ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ସମସ୍ତ କୋଭିଡ ନିୟମ ପାଳନ କରି ଉତ୍ସବରେ ସାମିଲ ହୁଅନ୍ତୁ। ସମସ୍ତେ ସୁସ୍ଥ ରୁହନ୍ତୁ ଓ ଖୁସିରେ ରୁହନ୍ତୁ । ଏହାହିଁ ମୋର ରାଜ୍ୟବାସୀଙ୍କୁ କାମନା ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦୭୫ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୧ ଜଣଙ୍କ ମୃତ୍ୟୁ ହୋଇଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୩୦ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୨୭୮୦୨ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୨୪ ଲକ୍ଷ ୬୧ ହଜାର ୯୨୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ଏହା ବ୍ୟତୀତ ୫୧୬୩୫୨ ସଂକ୍ରମିତ ପ୍ରାଣ ହରାଇଛନ୍ତି ।  

ଗୁଜୁରାଟର କେଭାଡିଆ ଜଙ୍ଗଲ ସଫାରୀରେ ପଶୁ ଓ ପକ୍ଷୀଙ୍କ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ପ୍ରାୟ ୧୬୩ ପଶୁ ଓ  ୫୩ ଜଣ ପକ୍ଷୀ ଏଠାରେ ପ୍ରାଣ ହରାଇଛନ୍ତି ।

ବଙ୍ଗୋପସାଗରରେ ଦକ୍ଷିଣପୂର୍ବ କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅବପାତ ପୂର୍ବ-ଉତ୍ତରପୂର୍ବ ମୁହାଁ ହୋଇଛି। ମାର୍ଚ୍ଚ ୨୦ ସୁଦ୍ଧା ଏହି ଅବପାତ ଗଭୀର ଅବପାତ ରୂପ ନେବାର ସମ୍ଭାବନା ରହିଛି। ପରେ ମାର୍ଚ୍ଚ୨୧ରେ ଏହା ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ଭାରୀତୀୟ ପାଣିବାପାଗ ବିଭାଘ ପକ୍ଷରୁ କୁହାଯାଇଛି। ଦକ୍ଷିଣ ଆଣ୍ଡାମାନ ସି ସଂଲଗ୍ନ ବଙ୍ଗୋପସାଗରର ଦକ୍ଷିଣପୂର୍ବ ଏରିଆରେ ସୃଷ୍ଟି ହୋଇଥିବା ଅବାପତଟି ଉତ୍ତରପୂର୍ବ ମୁହାଁ ହୋଇ ଆଜି(ଶନିବାର) ସକାଳ ୫ ଟା ୩୦ ସୁଦ୍ଧା ଗଭୀର ଅବପାତର ରୂପ ନେଇଛି। ଏହି କ୍ଷେତ୍ରଟି ଉତ୍ତରମୁହାଁ ହୋଇ ଆଣ୍ଡାମାନ୍ ଦ୍ୱୀପ ଛୁଇଁଲେ ବେଳକୁ  ଅଧିକ ଘନୀଭୂତ ହୋଇ ସାରିଥିବ। ମାର୍ଚ୍ଚ ୨୦ ସୁଦ୍ଧା ଅବପାତଟି ଗଭୀର ଅବପାତରେ ପରିଣତ ହୋଇ ମାର୍ଚ୍ଚ ୨୧ ସୁଦ୍ଧା ସାମୁଦ୍ରିକ ଝଡ଼ ଆକାର ନେବ।

ଆଜି (ଶନିବାର) ଦୁଈ ଦିନିଆ ଭାରତଗସ୍ତରେ ଆସୁଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଡା। ଏହି ଅବସରରେ ସେ ୧୪ତମ ଭାରତ-ଜାପାନ ବାର୍ଷିଖ ଶିଖର ସମ୍ମଳନୀ’ରେ ଯୋଗ ଦେଈ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିବେ। ଏହିପରିପ୍ରେକ୍ଷୀରେ ଜାପାନ  ପ୍ରଧାନମନ୍ତ୍ରୀ ୪୨ ବିଲିଅନ୍‌ ଡଲାର ନିବେଶ ନେଇ ଘୋଷଣା କରିପାରନ୍ତି।  ଆସନ୍ତା ୫ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ଏହି ବିନିଯୋଗ ହେବ ।

 ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ପରିଚାଳିତ ମହିଳା ବିଶ୍ୱକପର ଅନ୍ୟତମ ଲିଗ୍ ମ୍ୟାଚରେ ଆଜି ଭାରତ ଓ ଅଷ୍ଟ୍ରେଲିଆ ଟିମ୍ ମୁହାଁମୁହିଁ ହୋଇଛନ୍ତି । ଆକଲାଣ୍ଡର ଇଡେନ୍ ପାର୍କରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ କଙ୍ଗାଳୁ ଦଳ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ଫଳରେ ମିତାଲି ରାଜଙ୍କ ନେତୃତ୍ୱରେ ଭାରତ ବ୍ୟାଟିଂ ଜାରି ରଖିଛି । 

ଆଜି ପର୍ଯ୍ୟନ୍ତ ବିଶ୍ୱରେ କରୋନା ଭାଇରସ ଯୋଗୁଁ ମୋଟ ୪୬ କୋଟି ୭୭ ଲକ୍ଷ ୫୯ ହଜାର ୧୫୪ ଜଣ ଲୋକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୯ କୋଟି ୯୦ ଲକ୍ଷ ୪୬ ହଜାର ୯୧୧ ଜଣ ସୁସ୍ଥ ହୋଇଥିଲା ବେଳେ ୬୦ ଲକ୍ଷ ୯୩ ହଜାର ୧୪୩ ଜଣଙ୍କର ମୃତ୍ୟୁ ହୋଇଛି ।

ସଂଯୁକ୍ତ ରାଷ୍ଟ୍ରର ‘ବାର୍ଷିକ ହେପିନେସ୍ ଇଣ୍ଡେକ୍ସ’ ଅନୁସାରେ ଫିନଲାଣ୍ଡ ଲଗାତାର ପଞ୍ଚମ ବର୍ଷ ପାଇଁ ପୃଥିବୀର ସବୁଠାରୁ ସୁଖୀ ଦେଶର ମାନ୍ୟତା ଲାଭ କରିଛି। ଆଫଗାନିସ୍ତାନ ସୁଖୀ ଦେଶ ତାଲିକାରେ ସବୁଠୁ ପଛରେ ରହିଛି। ଡେନମାର୍କ, ଆଇସଲ୍ୟାଣ୍ଡ, ସ୍ଵିଜରଲ୍ୟାଣ୍ଡ ଓ ନେଦରଲାଣ୍ଡ ସୁଖୀ ଦେଶ ତାଲିକାରେ ପ୍ରଥମ ୫ଟି ସ୍ଥାନ ମଧ୍ୟରେ ଅଛନ୍ତି। ଆମେରିକା ୧୬ ଓ ବ୍ରିଟେନ ୧୭ତମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ଭାରତର ସ୍ଥାନ ୧୩୬। ଗତବର୍ଷ ଭାରତର ନମ୍ବର ୧୩୯ ଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁ ପୁଣି ଅଶାନ୍ତ ୧୫ରୁ ଉର୍ଦ୍ଧ୍ୱ ବୋମାମାଡ...

Sat Mar 19 , 2022
ତ୍ରିନାଥ ବାରିକ(ବ୍ରହ୍ମଗିରି):୧୯/୦୩- ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁ ପୁଣି ଅଶାନ୍ତ ।ପୂର୍ବ ବିବାଦକୁ ନେଇ ଚାଲିଛି ବୋମା ମାଡ଼ । ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହେଉଛି ଘନଘନ ବୋମାମାଡ । ଚଳିତ ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୁଇ ଦୁଇ ଥର ସଂଘର୍ଷ ଘଟି ଏକାଧିକ ବୋମାମାଡ଼ ହୋଇଥିବାବେଳେ,ଆଜି ପୁଣି ସେହି ପୂର୍ବ ବିବାଦକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ । […]

You May Like

Pin It on Pinterest