
ତ୍ରିନାଥ ବାରିକ(ବ୍ରହ୍ମଗିରି):୧୯/୦୩- ବ୍ରହ୍ମଗିରି ଥାନା ଅନ୍ତର୍ଗତ ଦଣ୍ଡୁଆସିପଡ଼ା ଗାଁ ପୁଣି ଅଶାନ୍ତ ।ପୂର୍ବ ବିବାଦକୁ ନେଇ ଚାଲିଛି ବୋମା ମାଡ଼ । ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହେଉଛି ଘନଘନ ବୋମାମାଡ ।
ଚଳିତ ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ଦୁଇ ଦୁଇ ଥର ସଂଘର୍ଷ ଘଟି ଏକାଧିକ ବୋମାମାଡ଼ ହୋଇଥିବାବେଳେ,ଆଜି ପୁଣି ସେହି ପୂର୍ବ ବିବାଦକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ । ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ୧୫ରୁ ଉର୍ଦ୍ଧ୍ୱ ବୋମାମାଡ ହୋଇଥିବାର ସୂଚନା ।



