ବାସ୍ତବ ବ୍ୟୁରୋ – ବର୍ଷ ଆରମ୍ଭରୁ ସରକାର ଅଣସବ୍ସିଡୀ ରନ୍ଧନ ଗ୍ୟାସ ସିଲିଣ୍ଡର ଦର ୧୯ ଟଙ୍କା ବୃଦ୍ଧି କରିଛନ୍ତି । ଏହା ୪ର୍ଥ ମାସ ପାଇଁ ଗ୍ୟାସ ମୂଲ୍ୟରେ ବୃଦ୍ଧି ଘଟିଛି। ଆଜିଠାରୁ ଦିଲ୍ଲୀରେ ୧୪.୨ କି.ଗ୍ରା. ଓଜନର ଅଣସବ୍ସିଡୀ ଗ୍ୟାସ ସିଲିଣ୍ଡର ପାଇଁ ଖାଉଟିଙ୍କୁ ୭୧୪ ଟଙ୍କା ଦେବାକୁ ପଡ଼ିବ। ପୂର୍ବରୁ ଏହା ୬୯୫ ଟଙ୍କା ରହିଥିଲା। ସେହିପରି କଲକାତାରେ ନୂଆ ଦର ହିସାବରେ ଅଣସବ୍ସିଡୀ ରନ୍ଧନ ଗ୍ୟାସ ମୂଲ୍ୟ ୭୪୭ ଟଙ୍କାରେ ପହଞ୍ଚିଛି। ମୁମ୍ବଇ ଏବଂ ଚେନ୍ନାଇରେ ଯଥାକ୍ରମେ ୬୮୪ ଟଙ୍କା ୫୦ ପଇସା ଓ ୭୩୪ ଟଙ୍କା ରହିଛି। ସେହିପରି ଦରବୃଦ୍ଧି ପରେ ୧୯ କିଲୋଗ୍ରାମ ଅଣସବ୍ସିଡୀ ସିଲିଣ୍ଡର ମୂଲ୍ୟ ଦିଲ୍ଲୀରେ ୧୨୪୧ ଟଙ୍କାରେ ପହଞ୍ଚିଥିବାବେଳେ କଲକାତାରେ ୧୩୦୮, ମୁମ୍ବଇରେ ୧୧୯୦ ଏବଂ ଚେନ୍ନାଇରେ ୧୩୬୩ ଟଙ୍କା ରହିଛି।
Next Post
ବର୍ଷ ର ପହିଲି ଦିନ ରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଲିଙ୍ଗରାଜଙ୍କ ଦର୍ଶନ
Wed Jan 1 , 2020
ବାସ୍ତବ ବ୍ୟୁରୋ(ଭୁବନେଶ୍ୱର)- ନୂଆବର୍ଷର ପହିଲି ଦିନରେ ଏକାମ୍ର କ୍ଷେତ୍ରର ପ୍ରସିଦ୍ଧ ଶୈବପୀଠ ଶ୍ରୀଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଠାକୁରଙ୍କ ଦର୍ଶନ କରିଛନ୍ତି, କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ଵରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ସେ ପ୍ରଶଂସା କରି କହିଛନ୍ତି ଯେ ସୌନ୍ଦର୍ଯ୍ୟକରଣରେ ବିଳମ୍ବ ହେଲେ ମଧ୍ୟ, ତଥାପି ଭଲ ହୋଇଛି ବୋଲି କହିଛନ୍ତି। ୩ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର […]

You May Like
-
5 years ago
ଖଣ୍ଡପଡ଼ା ଅଂଚଳରେ ବିଜୁଳି ବିଭ୍ରାଟ….
-
5 years ago
ଆଜିର ଖାସ୍ ଖବର
-
2 years ago
ବିଜେପିକୁ ଶକ୍ତଧକ୍କା….


