
ଦୀପକ ରାଉତ(ପିପିଲି): ପିପିଲି ରାଜନୀତିରେ ହିଂସା,ଏମିତି କୌଣସି ନିର୍ବାଚନ ନାହିଁ ଯେଉଁଥିରେ ପିପିଲିରେ ହିଂସାକାଣ୍ଡ ଘଟିନଥିବ । ପଞ୍ଚାୟତ ନିର୍ବାଚନକୁ ନେଇ ପିପିଲିରେ ରାଜନୈତିକ ହିଂସାକାଣ୍ତ ଘଟିଥିଲା। ଏବେ ପୁଣି ପୌର ନିର୍ବାଚନକୁ ନେଇ ପିପିଲିରେ ନିର୍ବାଚନୀ ହିଂସା ଘଟିଥିବାର ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାଇ,ଗତକାଲି ବିଳମ୍ବିତ ରାତିରେ ୭ ନମ୍ବର ୱାର୍ଡରେ ଥିବା କଂଗ୍ରେସର କ୍ୟାମ୍ପ ଅଫିସକୁ ଦୁର୍ବୃତ୍ତମାନେ ନିଆଁ ଲଗାଇ ଜାଳି ଦେଇଛନ୍ତି। କଂଗ୍ରେସର ପିପିଲି ନଗରପାଳ ପ୍ରାର୍ଥୀ ଗୁଣନିଧି ପ୍ରଧାନଙ୍କ କହିଛନ୍ତିକି,ଏହି ଘଟଣାରେ ବିଜେଡିର ହାତ ଅଛି । ତେବେ ରିପୋର୍ଟ ପ୍ରସ୍ତୁତ ହେବା ଯାଏ ଏଘଟଣା ସଂପର୍କରେ ଥାନାରେ ଏତଲା ଦିଆଯାଇନାହିଁ।
କିନ୍ତୁ ଘଟଣାକୁ ସମ୍ବେଦନଶୀଳ ମନେ କରି ପିପିଲି ଥାନା ଅଧିକାରୀ ଅଭିମନ୍ୟୁ ନାୟକ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏହି ଘଟଣାକୁ ନେଇ ୭ ନମ୍ବର ୱାର୍ଡରେ ଚାପା ଉତ୍ତେଜନା ଦେଖାଦେଇଛି।