ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ପକ୍ଷରୁ ତୃତୀୟ ବାର୍ଷିକ ଉତ୍ସବ…

ବବିତା ସାମଲ(ଭଦ୍ରକ): ନଳଗୋହିରା ଶିକ୍ଷା ବିକାଶ ମଞ୍ଚ ପକ୍ଷରୁ ମତୋ ନଳଗୋହିରା ଠାରେ ୨ ଦିନିଆ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିବସରେ ଉତ୍ତମ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଇଂ ରାକେଶ ପଣ୍ଡା,ଉଦଘାଟକ ଉପେନ୍ଦ୍ର ରାଉଳ,ସରପଞ୍ଚ ସଚଳା ଦାସ, ସମିତି ସଭ୍ୟ ତରଣୀ ସେନ ମହାନ୍ତି, ପୂର୍ବତନ ସରପଞ୍ଚ ଲମ୍ବୋଦର ଦାସ,ପ୍ରଦୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲାବେଳେ ମନୋରଞ୍ଜନ ରାଉତ ଧନ୍ୟବାଦ ଅଭିଭାଷଣ ଦେଇଥିଲେ।

ଦ୍ୱିତୀୟ ଦିନରେ ଉଦଯାପନି ଉତ୍ସବରେ ଶିକ୍ଷା ବିକାଶ ମଞ୍ଚର ସଭାପତି କାହ୍ନୁ ଚରଣ ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସରକାରୀ ଇ.ଟି.ଇ.ଆଇ ବାଗୁଡ଼ି , ବାଲେଶ୍ୱର lର ଅଧକ୍ଷ ସୁଶାନ୍ତ ସେଠୀ ଯୋଗଦେଇଥିଲେ, ମୁଖ୍ୟ ବକ୍ତା ଭାବରେ ଅଖିଳ ଭାରତ ଛାତ୍ର ସଙ୍ଘ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ଯୋଗ ଦେଇ ପ୍ରତିକ୍ରିୟାରେ କହିଥିଲେ, ଅନ୍ଧ ବିଶ୍ୱାସ, କୁସଂସ୍କାର ହଟେଇବାକୁ ଶିକ୍ଷା ହିଁ ଏକ ଶକ୍ତିଶାଳୀ ଅସ୍ତ୍ର ଏବଂ ଶିକ୍ଷାର ବିକାଶ ହେଲେ ହିଁ ସାମଗ୍ରିକ ବିକାଶ ସମ୍ଭବ ହୋପାରିବ ବୋଲି ମତ ରଖିଥିଲେ।

ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଭାଗବତ ପ୍ରତିହାରୀ ଯୋଗ ଦେଇଥିବା ବେଳେ ସମ୍ପାଦକ ସୁଶାନ୍ତ ମହାନ୍ତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବାବେଳେ କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା। ଶେଷରେ ଅନୁଷ୍ଠାନର ସକ୍ରିୟ ସଦସ୍ୟ ରାନୁଲତା ପରିଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମାନସ ସ୍ବାଇଁ ହତ୍ୟା ମାମଲାରେ ଆଉ ଦୁଇ ଅଭିଯୁକ୍ତ ଗିରଫ....

Mon Mar 21 , 2022
ଦେବକାନ୍ତ ମହାନ୍ତି, ଚାନ୍ଦବାଲି , ୨୧/୩/୨୦୨୨- ରାଜ୍ୟରେ ଚର୍ଚ୍ଚିତଥିବା ନୟାଗଡର ଜୁବ କ୍ୟାମେରା ମ୍ଯାନ ମାନସ ସ୍ବାଇଁ ଚାନ୍ଦବାଲି ରୁ ଅପହରଣ ଓ ଭୁବନେଶ୍ୱର ଦୟାଲ ଆଶ୍ରମ ରେ ହତ୍ୟା ଘଟଣାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ l ଚାନ୍ଦବାଲି ପୋଲିସ ଚଳିତ ମାସ ଫେବ୍ରୁୟାରୀ ୭ତାରିଖରୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନୂଆପଲ୍ଲୀ ଗୋଡ଼ିପୋଖରୀ ଗାଁର ଜଣେ ଯୁବକ ମାନସ ସ୍ଵାଇଁ ଭଦ୍ରକ […]

You May Like

Pin It on Pinterest