
ଦେବକାନ୍ତ ମହାନ୍ତି, ଚାନ୍ଦବାଲି , ୨୧/୩/୨୦୨୨- ରାଜ୍ୟରେ ଚର୍ଚ୍ଚିତଥିବା ନୟାଗଡର ଜୁବ କ୍ୟାମେରା ମ୍ଯାନ ମାନସ ସ୍ବାଇଁ ଚାନ୍ଦବାଲି ରୁ ଅପହରଣ ଓ ଭୁବନେଶ୍ୱର ଦୟାଲ ଆଶ୍ରମ ରେ ହତ୍ୟା ଘଟଣାରେ ପୁଣି ୨ ଜଣଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ l
ଚାନ୍ଦବାଲି ପୋଲିସ ଚଳିତ ମାସ ଫେବ୍ରୁୟାରୀ ୭ତାରିଖରୁ ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧିନ ନୂଆପଲ୍ଲୀ ଗୋଡ଼ିପୋଖରୀ ଗାଁର ଜଣେ ଯୁବକ ମାନସ ସ୍ଵାଇଁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାଲଗୁଣ୍ଡା ପଳାସପୁର ଗାଁରେ ଏକ ବାହାଘରରେ ଫଟୋଚିତ୍ର ଉତୋଳନ କରିବାକୁ ଆସିଥିଲେ । ଭୁବନେଶ୍ବର ଅଞ୍ଚଳ ର ୫ ଜଣ ଅଭିଯୁକ୍ତ ଆସି ମାନସକୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନାଲଗୁଣ୍ଡା ଫଚାୟତ ପଳାସପୂର ଛକ ନିକଟରୁ ଅପହରଣ କରି ନେବା ସହ ତାକୁ ହତ୍ୟା କରି ମାଟିତଳେ ପୋତିଦେଇଥିଲେ l
ମାନସଙ୍କ ପରିବାର ପକ୍ଷରୁ ଚାନ୍ଦବାଲି ଥାନାରେ ଫେବ୍ରୁୟାରୀ ୧୪ ତାରିଖରେ ଅଭିଯୋଗ ପରେ ଚାନ୍ଦବାଲି ଥାନା ଅଧିକାରୀ କରୁଣାକର ରାଉତ ଓ ଏସଡ଼ିପିଓ ଦେବୀ ଶଙ୍କର ପ୍ରତାପ ଏହି ଘଟଣାକୁ ଗରୁତ୍ବର ନେବା ସହ ଘଟଣାରେ ସମ୍ପୂକ୍ତ ପୁଣି ୨ ଜଣ ଅଭିଯୁକ୍ତଙ୍କୁ ଠାବ କରିବା ସହ ସେମାନଙ୍କୁ ଗିରଫ କରିଛି ଚାନ୍ଦବାଲି ପୋଲିସ । ଏଥିନେଇ ଭଦ୍ରକ ଅତିରିକ୍ତ ଏସ ପି ଏକ ପ୍ରେସମିଟ ମାଧ୍ୟମରେ ଘଟଣା ଉପରେ ବୃବୃତି ପ୍ରଦାନ କରିଛନ୍ତି l



