
ସନ୍ତୋଷ ପାତ୍ର(ନର୍ଲା): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ନର୍ଲା ଥାନା ଅନ୍ତର୍ଗତ ଦୁରଭଟା ଠାରେ ପୋଲିସ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇ ଯାଇଛି ।
ନର୍ଲା ଥାନା ଅଧିକାରୀ ରେଣୁକା ସୁନା ତାଙ୍କ ସହଯୋଗୀ ଏ ,ଏସ୍, ଆଇ ବଂଶୀଧର ସାମଲ ଙ୍କ ତତ୍ୱାବଧାନରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ବ୍ଲକ ର ଜନସାଧାରଣ, ରାଜନେତା, ଙ୍କ ସହିତ ସ୍କୁଲ ଓ କଲେଜ ର ଛାତ୍ରଛାତ୍ରି ବୁଦ୍ଧିଜୀବୀ, ସମାଜସେବୀ, ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଜନସମ୍ପର୍କ ଶିବିର ର ମୁଖ୍ୟ ଉଦେଶ୍ୟ ହେଲା ପୋଲିସ ଏବଂ ସାଧାରଣ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା, ସାଧାରଣ ଲୋକେ ମୁଖ୍ୟତ ପୋଲିସ କୁ ଭୟକରିଥାନ୍ତି ଏବଂ ପୋଲିସ ଥାନା କୁ ଯିବାକୁରାଜି ହୋଇ ନ ହୋଇଥାନ୍ତି, ଏହି ଭୟକୁ ଦୂର କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବାରମ୍ବାର ପ୍ରୟାସ କରାଯାଉଅଛି, ଏବଂ ଲୋକେ କିପରି ଭାବେପୋଲିସ କୁ ନ ଡରି ଛୋଟ ବଡ ଯାହାବି ସମସ୍ୟା କୁ ପୋଲିସ ପାଖକୁ ଯାଇ ଜଣାଇଲେ ପୋଲିସ ତୁରନ୍ତ ତାର ସମାଧାନ କରିବ ବୋଲି କେସିଙ୍ଗା ଏସ ଡି, ପି, ଓ କହିଛନ୍ତି ।
ଏହି ସଚେତନତା କାର୍ଯ୍ୟକ୍ରମ ରେ ରଙ୍ଗାରଙ୍ଗ ସାଂସ୍କୃତିକ ନାଚ ଗୀତ ସହିତ ଗରୀବ ବର୍ଗର ମହିଳା ପୁରୁଷ ମାନଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଛତା, ଜୋତା, କମ୍ବଳ, ସାଉଣ୍ଡ ସେଟ୍ ଆଦି ପ୍ରଦାନ କରାଯାଇ ଥିଲା,ଏହି ଜନସମ୍ପର୍କ ଶିବିରରେ କେସିଙ୍ଗା ଏସ ଡି ପି ଓ ଅଭିନଵ ସଙ୍କର, ନର୍ଲା ଥାନା ଅଧିକାରୀ ରେଣୁକା ସୁନା, ଏ ଏସ ଆଇ ମାଝୀ ଓ ନିଶିକା ଏବଂ ଅନେକ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।



