୧୩୭ ଦିନ ପରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧି

ବାସ୍ତବବ୍ୟୁରୋ: ଆଜି ଠାରୁ ପୁଣି ବଢ଼ିବା ଆରମ୍ଭ ହେଲା ପେଟ୍ରୋଲ ଓ ଡିଜେଲ୍ ମୂଲ୍ୟ ।୧୩୭ ଦିନ ପରେ ପେଟ୍ରୋଲ, ଡିଜେଲ୍ ଓ ଗ୍ୟାସ ଦର ବୃଦ୍ଧି ପାଇଛି। ଲିଟର ପିଛା ୭୫ରୁ ୮୫ ପଇସା ପର୍ଯ୍ୟନ୍ତ ବଢ଼ିଛି ଦର। ରାଜଧାନୀ ଦିଲ୍ଲୀରେ ଦିଲ୍ଲୀରେ ୮୦ ଓ ମୁମ୍ବାଇରେ ୮୫ ପଇସା ତୈଳ ଦର ବୃଦ୍ଧି ପାଇଛି। ସେହିପରି ଚେନ୍ନାଇରେ ପେଟ୍ରୋଲ ୭୫ ଓ ଡିଜେଲ୍ ୭୬ ପଇସା ବଢ଼ିଛି। କୋଲକାତାରେ ପେଟ୍ରୋଲ ୮୩ ଓ ଡିଜେଲ୍ ୮୦ ପଇସା ବଢ଼ିଛି। ଗତକାଲି ପେଟ୍ରୋଲ ଓ ଡିଜେଲ ଦର ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଥିଲା।

ଫଳରେ ଭୁବନେଶ୍ୱରରେ ପେଟ୍ରୋଲ ୯୬ ପଇସା ବୃଦ୍ଧି ପାଇ ଲିଟର ପ୍ରତି ୧୦୨ ଟଙ୍କା ୭୪ ପଇସା ହୋଇଛି । ସେହିପରି ଡିଜେଲ ଦର ୯୧ ପଇସା ବୃଦ୍ଧି ପାଇ ୯୨.୫୪ ଟଙ୍କା ହୋଇଛି । ସେହିପରି କେନ୍ଦ୍ର ସରକାର ଏଲ୍‌ପିଜି ସିଲିଣ୍ଡର ଦାମ୍‌ରେ ମଧ୍ୟ ୫୦ ଟଙ୍କା ବୃଦ୍ଧି କରିଛନ୍ତି। ଫଳତଃ ରାଜ୍ୟର ବିଭିନ୍ନ ସହରରେ ୧୪.୨ କେଜିଆ ଏଲ୍‌ପିଜି ସିଲିଣ୍ଡର ଦାମ୍ ୧,୦୦୦ ଟଙ୍କାରୁ ଅଧିକ ହୋଇଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସିସିପିଏ ଦ୍ୱାରା ସେନସୋଡାଇନ୍ ଟୁଥପେଷ୍ଟର ବିଜ୍ଞାପନ ବ୍ୟାନ ବିଶ୍ୱର ଶୀର୍ଷ ବ୍ରାଣ୍ଡ ବୋଲି ଦାବି କରାଯାଉଥିଲା

Wed Mar 23 , 2022
ବାସ୍ତବବ୍ୟୁରୋ:ଟୁଥ୍ ପେଷ୍ଟ ବ୍ରାଣ୍ଡ ସେନ୍ସୋଡାଇନ୍‌ର ବିଜ୍ଞାପନରେ ଦାନ୍ତର ଟାଙ୍ଗିଆ ହଟାଇବାକୁ ଦାବି କରାଯାଇଛି। ସେଣ୍ଟ୍ରାଲ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ସେନ୍ସୋଡାଇନ୍‌ର ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଏକ ବିଭ୍ରାନ୍ତିକର ବିଜ୍ଞାପନ ଉପରେ ସେନ୍ସୋଡାଇନ୍ ଉପରେ ଏହି ପ୍ରତିବନ୍ଧକ ଲଗାଯାଇଛି ଯାହା ବିଶ୍ଵର ଶୀର୍ଷ ଦନ୍ତ ଚିକିତ୍ସକଙ୍କ ଦ୍ୱାରା ସୁପାରିଶ କରାଯାଇଛି ଏବଂ ଏହା ହେଉଛି ବିଶ୍ଵ ର ଏକ ନମ୍ବର ସମ୍ବେଦନଶୀଳ ଟୁଥପେଷ୍ଟ | CCPA […]

You May Like

Pin It on Pinterest