ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୩୨୩ ଜଣକୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୭୩୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୭୬ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୭୭୬୭୭ ଜଣ ସୁସ୍ଥ ହୋଇଛନ୍ତି ।
ଆଜି ପୌର ଭୋଟ୍ । ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ ଏସି ଏବଂ ୩ଟି ମହାନଗର ନିଗମ ପାଇଁ ହେବ ଭୋଟ୍ ଗ୍ରହଣ ଚାଲିଛି । କାଉନସିଲର/କର୍ପୋରେଟର ଏବଂ ପୌରାଧ୍ୟକ୍ଷ/ମେୟର ପଦବୀ ପାଇଁ ସକାଳ ୮ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଭୋଟିଂ ହେବ ।
ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୯୩୮ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୬୭ ମୃତ୍ୟୁ ରେକର୍ଡ କରାଯାଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୪,୬୮୭ରେ ପହଞ୍ଚିଥିବା ବେଳେ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୫,୧୬,୬୭୨ରେ ପହଞ୍ଚିଛି।
ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ବଢ଼ିବାରେ ଲାଗିଛି । ଦୁଇ ଦିନ ପୂର୍ବେ ବୀରଭୂମିରେ ଜଣେ ଟିଏମ୍ସି ନେତାଙ୍କୁ ହତ୍ୟା ପରେ ୮ ଜଣଙ୍କୁ ଜୀଅନ୍ତା ଜାଳି ଦେଇଥିବ ଘଟଣା ସାମ୍ନାକୁ ଆସିଥିଲା। ଏହି ହିଂସା ନିଆଁ ଥଣ୍ଡା ନପଡିଥିବା ବେଳେ ଏବେ ଆଉ ଜଣେ ଟିଏମ୍ସି ନେତାଙ୍କୁ ଏଠାରେ ହତ୍ୟା କରାଯାଇଛି। ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଜଣେ ଟିଏମ୍ସି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଟିଏମ୍ସି ନେତାଙ୍କ ନାଁ ସହଦେବ ମଣ୍ଡଳ ।
ପଶ୍ଚିମବଙ୍ଗର ଜଣାଶୁଣା ଅଭିନେତା ଅଭିଷେକ ଚାଟାର୍ଜୀଙ୍କ ଆଜି ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା। କିଛି ଦିନ ହେଲା ଅଭିଷେକ ଅସୁସ୍ଥ ଥିଲେ। ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ। ବେଙ୍ଗଲ ଚଳଚ୍ଚିତ୍ର ଦୁନିଆରେ ଅଭିଷେକ ୧୯୮୬ରେ କ୍ୟାରିଅର ଆରମ୍ଭ କରିଥିଲେ। ତୁରଣ ମଜୁମଦାରଙ୍କ ନିର୍ଦ୍ଦେଶିତ ପାଠଭୋଲା ସିନେମାରେ ସେ ପ୍ରଥମେ ଅଭିନୟ କରିଥିଲେ।
ଆଜି ୟୁକ୍ରେନ୍ ରୁଷ ଯୁଦ୍ଧ କୁ ମାସେ ପୂରୁଥିବା ବେଳେ ରୁଷୀୟ ସେନା ବେର୍ଡିୟାନ୍ସ୍କ୍ ବନ୍ଦରରେ ନିଆଁ ଲାଗିଯାଇଥିବା ‘ନେକ୍ଷ୍ଟା ଟିଭି’ ରିପୋର୍ଟ କରିଛି। ରୁଷୀୟ ସୈନିକମାନେ ବୋମା ପକାଇ ଗୋଟାଏ ଇନ୍ଧନ ଟ୍ୟାଙ୍କ୍ ନଷ୍ଟ କରିପକାଇବାରୁ ବନ୍ଦରରେ ନିଆଁ ଲାଗିଯାଇଛି। ସେପଟେ ରୁଷୀୟ ଆକ୍ରମଣର ଏକ ମାସ ପୂର୍ତ୍ତୀ ଅବସରରେ ୟୁକ୍ରେନୀୟ ପ୍ରତିରୋଧକୁ ସମର୍ଥନ କରିବା ଲାଗି ଆଜି ରାଷ୍ଟ୍ରପତି ଭୋଲୋଦିମିର୍ ଜେଲେନ୍ସ୍କି ବିଶ୍ବବାସୀଙ୍କୁ ଆହ୍ବାନ କରିଛନ୍ତି।



