ଉତ୍ତର ଭାରତରେ ଘନ କୁହୁଡି ଯୋଗୁଁ ପୂର୍ବତଟ ରେଳପଥକୁ ଆସୁଥିବା/ଛାଡୁଥିବା ଟ୍ରେନ ଗୁଡିକ ବିଳମ୍ବିତ ସମ୍ଭାବନା

■ ଟ୍ରେନ ଗୁଡିକର ସଠିକ ଚଳାଚଳ ସୂଚନା ପାଇବାପାଇଁ ଯାତ୍ରୀମାନେ ହେଲ୍ପଲାଇନ/ଅନୁସନ୍ଧାନ ନମ୍ବର – ୧୩୯ କୁ ବ୍ୟବହାର କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଅଛି I

■ ଘନ କୁହୁଡି ସମୟରେ ରେଳବାଇ ପକ୍ଷରୁ କେତେକ ଟ୍ରେନକୁ ବାତିଲ ଅଥବା ସମୟରେ ପରିବର୍ତ୍ତନ କରାଯାଇପରେ I

■ ମାତ୍ରାଧିକ କୁହୁଡିରେ ଟ୍ରେନ ଡ୍ରାଇଭର ମାନେ ପରିସ୍ଥିତିକୁ ଦେଖି ସଂରକ୍ଷା ନିୟମକୁ ପାଳନ କରି ଟ୍ରେନ ଚଳାଚଳ କରିବାକୁ ଏବଂ ଦରକାର ହେଲେ ଟ୍ରେନ ମାନଙ୍କର ବେଗ କମାଇବାକୁ ରେଳବାଇ ପକ୍ଷରୁ ଚାଳକ ମାନଙ୍କୁ ନିର୍ଦେଶ ଦିଆଯାଇଅଛି I

■ ରେଳବାଇ ପକ୍ଷରୁ ଟ୍ରେନ ଚଳାଚଳ କ୍ଷେତ୍ରରେ 24×7 ଘଣ୍ଟିଆ ନୀରିକ୍ଷଣ କରାଯାଉଅଛି ଏବଂ ସ୍ୱତନ୍ତ୍ର ଡ୍ରାଇଭ କରାଯାଇ କୁହୁଡି ସମୟରେ ବିଶେଷ ଭାବେ ରାତ୍ରି ଓ ଭୋର ସମୟରେ ଟ୍ରେନ ପରିଚାଳନା ପାଇଁ ପଦକ୍ଷେପ ନିଆଯାଉଅଛି I

ଦିଲ୍ଲୀ ସହିତ ଉତ୍ତର ଭାରତ ଏବଂ ପୂର୍ବତଟ ରେଳପଥର କେତେକ ସ୍ଥାନରେ ମଧ୍ୟରାତ୍ର ପରେ ଓ ଭୋର ସମୟରେ ଘନ କୁହୁଡିର ଆଶଙ୍କା କରିବା ସହ ପୂର୍ବ ବର୍ଷମାନଙ୍କର ଅନୁଭୂତି ଅନୁଯାଇ ଯାତ୍ରୀମାନଙ୍କର ଯାତ୍ରାସମୟରେ ଦୁର୍ଦଶା କୁ ନଜରରେ ରଖି ପୂର୍ବତଟ ରେଳପଥ ପରିସ୍ଥିତିକୁ ଦୃଷ୍ଟିରେ ରଖି କେତେକ ଟ୍ରେନର ଚଳାଚଳକୁ ବାତିଲ କରିବା ଓ କେତେକ ଟ୍ରେନର ସମୟରେ ପରିବର୍ତ୍ତନ କରିବାକୁ ଯୋଜନା ରଖିଛି I

ଦିଲ୍ଲୀରୁ ପୂର୍ବତଟ ରେଳପଥକୁ ଆସୁଥିବା କେତେକ ଟ୍ରେନ ବର୍ତମାନ ବିଳମ୍ବରେ ପହଁଚୁଛି I ବିଗତ ବର୍ଷମାନଙ୍କର ଅନୁଭୂତି ଅନୁଯାଇ ଘନ କୁହୁଡି ଦେଶର ଉତ୍ତର ଓ ଉତ୍ତର ପଶ୍ଚିମ ପ୍ରାନ୍ତ ସହ ପୂର୍ବତଟ ଅଞ୍ଚଳ ମାନଙ୍କରେ ଦେଖାଯିବାର ସମ୍ଭାବନା ଅଛି I ଏହି ସମୟ ମଧ୍ୟରେ ଥଣ୍ଡା ବାୟୁ ପ୍ରବାହ ମଧ୍ୟ ଅନୁଭବ ହେବ I ଘନ କୁହୁଡି ଯୋଗୁଁ ବିଳମ୍ବିତ ରାତ୍ରିରେ ଓ ଭୋର ସମୟରେ ୫୦ ମିଟର ଏବଂ ଦିନ ସମୟରେ ୧୫୦ ମିଟରରୁ କମ ପଥ/ରାସ୍ତା ଦେଖାଯିବା କଷ୍ଟକର ଥିବା ବେଳେ ଟ୍ରେନ ଚଳାଚଳ ଉପରେ ଏହା ନିଶ୍ଚିତ ଭାବେ ପ୍ରଭାବ ପକାଇପାରେ I କେବଳ ରେଳ ଚଳାଚଳ ନୁହେଁ ବରଂ ଏହା ବିମାନ ଚଳାଚଳ ଓ ସଡକ ପରିବହନ ଉପରେ ମଧ୍ୟ ପ୍ରଭାବିତ ହେବ I

ଘନ କୁହୁଡି ଯୋଗୁଁ ପୂର୍ବତଟ ରେଳପଥର ଟ୍ରେନ ଗୁଡିକ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ପ୍ରଭାବିତ ହେବାର ଆଶଙ୍କା ଅଧିକ I ବହୁ ଗୁରୁତ୍ୱପୁର୍ଣ ଟ୍ରେନ ଯଥା ପୁରୁଷୋତ୍ତମ, ନୀଳାଚଳ, ନନ୍ଦନକାନନ, ସମ୍ପର୍କ କ୍ରାନ୍ତି, ଦୁରନ୍ତ, କଳିଙ୍ଗ ଉତ୍କଳ, ଅନୁଗୁଳ ଓ ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରୁଥିବା ସୁପରଫାଷ୍ଟ, ରାଜଧାନୀ ଓ ଜାମ୍ମୁତାବି ଟ୍ରେନ ଗୁଡିକର ଚଳାଚଳ ସମୟରେ ପ୍ରଭାବିତ ହେବ I ଏହି ସମୟରେ ଟ୍ରେନ ଗୁଡିକର ମାତ୍ରାଧିକ ବିଳମ୍ବ ଯୋଗୁଁ ସଂଯୋଗ ଟ୍ରେନ ଗୁଡିକ ଉପରେ ମଧ୍ୟ ଏହା ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି I

ବାତିଲ ହେବବାକୁଥିବା ଟ୍ରେନ ଓ ବିଳମ୍ବିତ ଯାତ୍ରା କରିବାକୁ ଥିବା ଟ୍ରେନ ସମ୍ବନ୍ଧରେ ରେଳବାଇ ପକ୍ଷରୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଉଛି ଯାହା ଫଳରେ ଯାତ୍ରୀମାନେ ସେମାଙ୍କର ଟ୍ରେନ ବିଷୟରେ ସୂଚିତ ହେଇପାରିବେ ଏବଂ ଯାତ୍ରୀମାନେ ମଧ୍ୟ ଷ୍ଟେସନ୍କୁ ଆସି ଅପେକ୍ଷା ନକରି ବହୁ ପୂର୍ବରୁ ଅବଗତ ହୋଇପାରିବେ I ଯାତ୍ରୀ ମାନେ ମଧ୍ୟ ସେମାଙ୍କର ଯାତ୍ରା କରିବାର ଯୋଜନା କରିନେବେ I ଯେଉଁ ଯାତ୍ରୀମାନେ ଟିକେଟ ବୁକ କରିବା ସମୟରେ ସେମାଙ୍କର ଆବେଦନ ଫର୍ମ ରେ ସେମାଙ୍କର ମୋବାଇଲ ନମ୍ବର ପଞ୍ଜିକରଣ କରିଥିବେ ସେହିମାନଙ୍କୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ I

ଏହି ସମୟରେ ଟ୍ରେନ ଗୁଡିକର ଚଳାଚଳକୁ ନିୟମିତ କରିବାପାଇଁ ପୂର୍ବତଟ ରେଳପଥ କେତେକ ଟ୍ରେନ ର ଚଳାଚଳକୁ ବାତିଲ କରିବା ସହ କେତେକର ସମୟରେ ପରିବର୍ତ୍ତନ କରିପାରେ I ଏହି ପରିସ୍ଥିତି ପାଇଁ ପୂର୍ବତଟ ରେଳପଥ ଯାତ୍ରୀ ମାନଙ୍କଠାରୁ ସହଯୋଗ କାମନା କରିଛି I ଏହା ସହିତ ଯାତ୍ରୀମାନେ ଷ୍ଟେସନ ଆସିବାର ବହୁ ଆଗରୁ ସେମାଙ୍କର ଟ୍ରେନ ସମ୍ବନ୍ଧରେ ୧୩୯ ନମ୍ବର କୁ କଲ କରି ସୂଚନା ପାଇପାରିବେ I ଏହା ସହିତ ଯାତ୍ରୀମାନେ ନ୍ୟାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ ମାଧ୍ୟମରେ ୱେବସାଇଟରୁ କିମ୍ବା ମୋବାଇଲ ଆପ ଦ୍ୱାରା ସୂଚନା ପାଇପାରିବେ I

ପୂର୍ବତଟ ରେଳପଥ ଏହାର ପରିସୀମା କ୍ଷେତ୍ରରେ ବିଭିନ୍ନ ରେଳ ସେକ୍ସନରେ ଯାତ୍ରା ସମୟରେ ଘନ କୁହୁଡ଼ିକୁ ସାମ୍ନା କରିବାସହ ରେଳାଚଳାଚଳ କୁ ସୁଗମ କରିବା ପାଇଁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତି ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ନିଜର କର୍ମଚାରୀମାନଙ୍କୁ ନିର୍ଦେଶ ଦେଇଛି I

ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ଦୃଷ୍ଟିରେ ରଖି ଅଧିକ କୁହୁଡି ସମୟରେ ଟ୍ରେନର ଗତିକୁ ନିୟନ୍ତ୍ରଣ କରିବାକୁ ଡ୍ରାଇଭର ମାନଙ୍କୁ କୁହ ଯାଇଛି ଯେପରିକି ସେମାନେ ଅନୁଭବ କରିବେ ଯେ କୌଣସି ବିପଦ ନାହିଁ I ଏହା ବ୍ୟତୀତ ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦ ମାନଙ୍କଦ୍ୱାରା କର୍ମଚାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଅଛି I

ସମୟ ବ୍ୟବଧାନରେ ଗଣମାଧ୍ୟମରେ ଟ୍ରେନ ବିଳମ୍ବିତ ଓ ବାତିଲ ସମ୍ବଧରେ ରେଳବାଇ ପକ୍ଷରୁ ସୂଚନା ପ୍ରଦାନ କରାଜିରେ I ନିର୍ଧାରିତ ସମୟ ଠାରୁ ବିଳମ୍ବରେ ଚଳାଚଳ କରୁଥିବା ଟ୍ରେନ ମାନଙ୍କର କାର୍ଯ୍ୟଭାର ବହନ ପାଇଁ ପ୍ରସ୍ତୁତ ରହିବାକୁ ପୂର୍ବତଟ ରେଳପଥ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କର୍ମଚାରୀ ମାନଙ୍କୁ ପରାମର୍ଶ ଦିଆଯାଉଅଛି I ଏହି ସମୟରେ ଟ୍ରେନ ଚଳାଚଳ କ୍ଷେତ୍ରରେ ନଜର ରଖିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ୨୪ x ୭ ଯାଞ୍ଚ କରାଯାଉଛି ଏବଂ ଶୀତ ଋତୁ ସମୟରେ ଓ ଘନ କୁହୁଡ଼ିରେ ସୁରକ୍ଷା ଦୃଷ୍ଟିରୁ ରେଳାଚଳାଚଳ ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରାଯାଉଛି I

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜିର ଖାସ୍ ଖବର

Sat Jan 4 , 2020
୧-ରବିବାର ଭାରତ – ଶ୍ରୀଲଙ୍କା ପ୍ରଥମ ଟ୍ବେଣ୍ଟି-୨୦ ୨-ପାଞ୍ଚ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲାରହିବ ରାଜଭବନ ଉଦ୍ୟାନ। ୩-ପୁରୀ:ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା କରାଯାଉ-ଶଙ୍କରାଚାର୍ଯ୍ୟ। ୪-ସେସୁ ପରେ ନେସ୍କୋ, ୱେସ୍କୋ ଏବଂ ସାଉଥ୍‌କୋକୁ ମଧ୍ୟ ଟାଟା ହାତକୁ ଟେକିବେ ସରକାର। ୫-ଝିପିଝିପି ବର୍ଷାକୁ ଅସମ୍ଭାଳ ଶୀତରେ ଥରୁଛି ସାରା ଓଡ଼ିଶା। ୬-2020 ଗଣନା: ଚିଲିକାରେ ୧୧ଲକ୍ଷ ପକ୍ଷୀ, ନନ୍ଦନକାନନ କାଞ୍ଜିଆ ହ୍ରଦକୁ ଆସିଛନ୍ତି ୧୫୯୪ ପକ୍ଷୀ। ୭-କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖା […]

You May Like

Pin It on Pinterest