
ଆଶିଷ ନାୟକ(ରାଜକନିକା): ଓଡ଼ିଶା ରାଜନୀତି ର ବିଶିଷ୍ଟ ଜନ ନାୟକ ତଥା, ପୂର୍ବତନ ମନ୍ତ୍ରୀ, ସାଂସଦ, ସ୍ବର୍ଗତ ଶରତ ଦେବ ଙ୍କ ଆଜି ୩୪ତମ ଶ୍ରାଦ୍ଧ ଉତ୍ସବ ଆଳି ଓ ରାଜକନିକା ରେ ପାଳିତ ହୋଇଯାଇଛି ।
ରାଜକନିକା ବ୍ଲକ ର ବରୁଣା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ଶରତ ଦେବ ଶିଶୁ ଉଦ୍ୟାନ ରେ ରାଜା ସ୍ବର୍ଗତ ଶରତ ଦେବ ଙ୍କ ପ୍ରତି ମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଆଧୁନିକ ଆଳି, ରାଜକନିକା ର ପିତାମହ ରାଜ ସାହେବ ଙ୍କ ଅମରକ୍ରିତି ର ସ୍ମୃତି ଚାରଣ କରିଥିଲେ । ସେହିପରି ସନ୍ଧ୍ୟା ସମୟରେ ରେ ଆଳି ଠାରେ ଶରତ ଦେବ ସ୍ମୃତି କମିଟି ତରଫରୁ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ରାଜା ବ୍ରଜ କେଶରୀ ଦେବ ଯୋଗ ଦେଇ ଥିଲେ, ସଂମ୍ମାନିତ ଅତିଥି ରୂପେ ଆଳି ବ୍ଲକ ଅଧକ୍ଷ ମନମୋହନ ସାମଲ ଯୋଗ ଦେଇ ଥିବା ବେଳେ ଅନ୍ୟତମ ସଂମ୍ମାନିତ ଅତିଥି ରୂପେ ରାଜକନିକା ବ୍ଲକ ଅଧକ୍ଷା ଶ୍ରୀମତୀ ମିନତୀ ରାଉତ ଯୋଗ ଦେଇଥିଲେ ।
ଏହି ସ୍ମୃତି ସଭାରେ ସ୍ବର୍ଗତ ଶରତ ଦେବ ଙ୍କ ଜୀବନୀ ଉପରେ ବହୁ ମୂଲ୍ୟବାନ ତଥ୍ୟ, ସର୍ତ ଦେବଙ୍କ ସୁପୁତ୍ର ରାଜ ବ୍ରଜ କେଶରୀ ଦେବ ଉପସ୍ଥିତ ଜନ ସାଧାରଣ ଙ୍କୁ ଦେଇଥିଲେ । ଏହି ଅବସରରେ ସ୍ମୃତି କମିଟି ତରଫରୁ ଶିକ୍ଷା କ୍ଷେତ୍ର ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।