
ମୟୁରଭଞ୍ଜର ୨୬/୦୩: ପୌର ନିର୍ବାଚନରେ ସାରା ଓଡ଼ିଶାରେ ଫଳାଫଳ ବିଜେପିର ସପକ୍ଷରେ ନାହିଁ କହିଲେ ଆତୁକ୍ତି ହେବନି। ଏହି ପରିପେକ୍ଷୀରେ ମୟୁରଭଞ୍ଜର ୨ ପୌର ପରିଷଦ ଓ ୨ ଏନ.ଏ.ସି ମଧ୍ୟରୁ ବାରିପଦା, ରାଇରଙ୍ଗପୁର ଓ କରଞ୍ଜିଆ ୩ଟି ବିଜେଡି କବଜା କରିଥିଵା ବେଳେ ଉଦଳା ଏନଏସି ବିଜେପି ସପକ୍ଷରେ ଯାଇଛି ।
ବାରିପଦାର ବିଜେଡି ପ୍ରାର୍ଥୀ କୃଷ୍ଣାନନ୍ଦ ମହାନ୍ତି ୨୧,୩୦୬ ଭୋଟ ପାଇ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର କବି ବିଷ୍ଣୁ ଶତପଥୀଙ୍କୁ ୮,୬୪୪ ଭୋଟରେ ପରାସ୍ତ କରିଛନ୍ତି। ସେହିପରି ରାଇରଙ୍ଗପୁର ପୌର ପରିଷଦ ଓ କରଞ୍ଜିଆ ଏନ.ଏ.ସି ବିଜେଡି ହାତେଇବାରେ ସକ୍ଷମ ହୋଇଛି । ରାଇରଙ୍ଗପୁରରେ ବିଜେଡିର ଅଭିଷକ ପଟ୍ଟନାୟକ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଙ୍କୁ ୧,୧୩୮ ଭୋଟ ବ୍ୟବଧାନରେ ପରାସ୍ତ କରି,ପୌରପରିଷଦ ଦଖଲ କରିଥିବା ବେଳେ କରଞ୍ଜିଆ ଏନଏସିର ବିଜେଡି ପ୍ରାର୍ଥିନୀ ପପି ପୃଷ୍ଟି ୪,୯୬୧ ଖଣ୍ଡ ଭୋଟ ପାଇ ତାଙ୍କ ପ୍ରତିଦ୍ୱନ୍ଦୀ ବିଜେପିର ଜ୍ୟସ୍ନାରାଣୀ ମହାନ୍ତଙ୍କୁ ୯୪୫ ଖଣ୍ଡ ଭୋଟରେ ହରାଇଛନ୍ତି ।
କିନ୍ତୁ କଡା ମୁକାବିଲା ମଧ୍ୟରେ ଉଦଳା ଏନ.ଏ.ସି ବଜେଡି ହାତରୁ ଖସିଯାଇଛି । ବିଜେପିର ପ୍ରମିଳା ପଣ୍ଡା ବିଜେଡିର ରଞ୍ଜିତା ବାନାର୍ଜୀଙ୍କୁ ୮୬୬ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ଉଦଳା ଏନ.ଏ.ସିକୁ ପୁଣିଥରେ ବିଜେପି ପାଖରେ ରଖିବାକୁ ସମର୍ଥ ହୋଇଛନ୍ତି।