ନୂଆପଡାର ନୂଆ ଇତିହାସ ବିଜେପି ଓ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ଜିତିଲେ ସ୍ୱାଧୀନ ପ୍ରାର୍ଥୀ

ଶାନ୍ତନୁ ପାତ୍ର(ନୂଆପଡା): ୨୬/୦୩- ନୂଆପଡାର ନୂଆ ଇତିହାସ ବିଜେପି ଓ ବିଜେଡି ଅଧ୍ୟକ୍ଷ ପ୍ରାର୍ଥୀଙ୍କୁ ପଛରେ ପକାଇ ବାଜି ଜିତିଲେ ସ୍ୱାଧୀନ ପ୍ରାର୍ଥୀ ।କଳାହାଣ୍ଡି ସାଂସଦ ବସନ୍ତ ପାଣ୍ଡାଙ୍କ ପୁଅ, ଅଭିନନ୍ଦନ ପଣ୍ଡା ବିଜେପି ପ୍ରାର୍ଥୀ ହୋଇଥିବାବେଳେ ଶାସକ ଦଳର ବିଜେଡି ପ୍ରାର୍ଥୀ କ୍ଷିତିଷ ଆଶୋକ ବୋଧଙ୍କର ହୋଇଥିଲେ । ହେଲେ ସ୍ବାଧିନ ପ୍ରାର୍ଥୀ ମହମ୍ମଦ ଆଦମ ୧,୨୬୭ ଭୋଟରେ ପ୍ରତିଦ୍ୱନ୍ଦୀଙ୍କୁ ହରାଇ ନୂଆପଡା ଏନଏସିର ଅଧ୍ୟକ୍ଷ ଭାବରେ ଐତିହାସିକ ବିଜୟୀ ହୋଇଛନ୍ତି ।

ନୂଆପଡା ଏନଏସିର ୧୪ ଗୋଟି ୱାର୍ଡ ମଧ୍ୟରୁ ଦୁଇଟି ୱାର୍ଡ କାଉନସିଲର ପ୍ରାର୍ଥୀ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ ।ଅନ୍ୟ ୧୨ ଗୋଟି ୱାର୍ଡ ପାଇଁ କାଉନସିଲର ଓ ୧୪ ଗୋଟି ୱାର୍ଡରେ ଅଧ୍ୟକ୍ଷ ନିର୍ବାଚନ ହୋଇଥିଲା । ସେଥି ମଧ୍ୟରୁ ଚାରିଗୋଟି ୱାର୍ଡରେ ସ୍ବାଧିନ ପ୍ରାର୍ଥୀଙ୍କ ବିଜୟ ଓ ଅଠଗୋଟି ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ବିଜୟୀ ହୋଇଥିବା ବେଳେ କଂଗ୍ରେସ ଏବଂ ବିଜେପି ଖାତାରେ ଗୋଟିଏ ଲେଖାଏଁ ୱାର୍ଡରେ ରହିଛି । କିନ୍ତୁ ନୂଆପଡା ଏନଏସିରେ ଅଧ୍ୟକ୍ଷ ପଦ ବିଜେଡି ୩ ନମ୍ବର ସ୍ଥାନରେ ରହିଛି। ବିଜେପି ଏବଂ ସ୍ବାଧିନ ପ୍ରାର୍ଥୀଙ୍କ ମଧ୍ୟରେ ଟକ୍କର ହୋଇଥିବା ବେଳେ ଶେଷରେ ସ୍ବାଧିନ ପ୍ରାର୍ଥୀ ମହମ୍ମଦ ଆଦମ ବହୁ ମତରେ ବିଜୟୀ ହୋଇଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁବନେଶ୍ବର ମହାନଗର ନିଗମର ପ୍ରଥମ ମହିଳା ମେୟର ସୁଲୋଚନା ଦାସ...

Sat Mar 26 , 2022
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) କିଏ ଜିତିବ ବାଜି ଆଜି ସକାଳୁ ବୋଟ ଗଣତି ଯେତିକି ବିଳମ୍ବ ହେଉଥିଲା ପ୍ରାର୍ଥୀଙ୍କ ମନରେ ଟେନ୍ସନ ସେତିକି ବଢ଼ୁଥିଲା ।ଶେଷରେ ପ୍ରକାଶ ପାଇଛି ଫଳାଫଳ, କର୍ପୋରେଟର ଓ ମେୟର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିଛି। ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ,ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରାର୍ଥିନୀ ବିଜେପିର ସୁନୀତି ମୁଣ୍ଡଙ୍କୁ୬୧ ହଜାର […]

You May Like

Pin It on Pinterest