
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ (ବିଏମ୍ସି) କିଏ ଜିତିବ ବାଜି ଆଜି ସକାଳୁ ବୋଟ ଗଣତି ଯେତିକି ବିଳମ୍ବ ହେଉଥିଲା ପ୍ରାର୍ଥୀଙ୍କ ମନରେ ଟେନ୍ସନ ସେତିକି ବଢ଼ୁଥିଲା ।ଶେଷରେ ପ୍ରକାଶ ପାଇଛି ଫଳାଫଳ, କର୍ପୋରେଟର ଓ ମେୟର ନିର୍ବାଚନରେ ବିଜେଡିକୁ ବଡ଼ ସଫଳତା ମିଳିଛି।
ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ ବିଜୟୀ ହୋଇଛନ୍ତି । ସୁଲୋଚନା ଦାସ ,ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ପ୍ରାର୍ଥିନୀ ବିଜେପିର ସୁନୀତି ମୁଣ୍ଡଙ୍କୁ୬୧ ହଜାର ୧୪୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଏମ୍ସି ର ପ୍ରଥମ ମହିଳା ମେୟର ହୋଇଛନ୍ତି । ବିଜେଡି ପ୍ରାର୍ଥିନୀ ସୁଲୋଚନା ୧୭୪୫୬୨ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ତଥା ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ସୁନୀତି ମୁଣ୍ଡଙ୍କୁ ୧୧୩୪୧୯ ଖଣ୍ଡ ଭୋଟ୍ ମିଳିଛି। ତେବେ ବିଏମ୍ସି ମେୟର ପାଇଁ ନିର୍ବାଚନ ଳଢ଼ିଥିବା କଂଗ୍ରେସ ପ୍ରାର୍ଥିନୀ ମଧୁସ୍ମିତା ଆଚାର୍ଯ୍ୟଙ୍କୁ ୧୧୦୦୬ ଖଣ୍ଡ ଭୋଟ ମିଳିଛି।