
ପ୍ରମୋଦ ନାୟକ(ଭୁବନେଶ୍ବର) : ଶେଷ ହେଲା ରାଜ୍ୟର ୧୦୫ଟି ପୌରାଞ୍ଚଳର କାଉନସିଲର ଓ ପୌରାଧ୍ୟକ୍ଷ ଏବଂ ୩ଟି ମହାନଗର ନିଗମର କର୍ପୋରେଟର ଓ ମେୟର ନିର୍ବାଚନ ଓ ତାର ଫଳାଫଳ।ଅଠର ଡେପୁଟି ମେୟର ଓ ଉପାଧ୍ୟାକ୍ଷ ଙ୍କ ପାଳି, ଏ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପୂର୍ବ ସୂଚନା ଅନୁଯାୟୀ ଡେପୁଟି ମେୟର ନିର୍ବାଚନ ଏପ୍ରିଲ ୬ରୁ ୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବାବେଳେ ଏହା ୮ରୁ ୧୦ତାରିଖ ପର୍ଯ୍ୟନ୍ତ ହେବ ବୋଲି ସୂଚନା ମିଳିଛି ।
ସୂଚନା ଅନୁଯାଇ, ଏପ୍ରିଲ ୮ରେ କଟକ ମହାନଗର ନିଗମ, ୯ରେ ବ୍ରହ୍ମପୁର ମହାନଗର ନିଗମ ଏବଂ ୧୦ରେ ଭୁବନେଶ୍ବର ମହାନଗର ନିଗମର ଡେପୁଟି ମେୟର ନିର୍ବାଚନ ହେବ। ଏନେଇ ପୌର ପ୍ରଶାସନ ନିର୍ଦ୍ଦେଶକ ମାର୍ଚ୍ଚ ୩୧ତାରିଖରେ ପ୍ରଥମ କର୍ପୋରେସନ ବୈଠକ ବସିବା ନେଇ ବିଜ୍ଞପ୍ତି ଜାରି କରିବେ।
ସମସ୍ତ ମହାନଗର ନିଗମ କାର୍ଯ୍ୟାଳୟରେ ଡେପୁଟି ମେୟର ନିର୍ବାଚନ ହେବ। ସେହିପରି ସମସ୍ତ ପୌରାଞ୍ଚଳର ଉପାଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୭ତାରିଖରେ ହେବ। ଏନେଇ ପୌରାଧ୍ୟକ୍ଷମାନେ ମାର୍ଚ୍ଚ ୩୦ତାରିଖରେ କାଉନସିଲ୍ର ପ୍ରଥମ ବୈଠକ ବସିବା ନେଇ ବିଜ୍ଞପ୍ତି ଜାରି କରିବେ ବୋଲି ନିର୍ବାଚନ କମିସନ ସୂଚନା ଦେଇଛନ୍ତି ।