୧-ଇରାକରେ ଆମେରିକାର ସାନି ଆକ୍ରମଣ,୬ ମୃତ। ଲାଲ୍ ପତାକା ଉଡ଼ାଇ ଇରାନର ଯୁଦ୍ଧ ଆହ୍ବାନ।
୨-ଆଜିଠାରୁ ପାଗରେ ପରିବର୍ତ୍ତନ : ତିନିଦିନ ପାଇଁ ଘନ କୁହୁଡି ସମ୍ଭାବନା।
୩-ଭୁବନେଶ୍ୱର: ଆର୍ଥିକ ଅନିୟମିତତା ଓ ଦୀର୍ଘ ଅନୁପସ୍ଥିତି ପାଇଁ ୩ସରପଞ୍ଚ ନିଲମ୍ବିତ ।
୪-ସାଂସଦ ଅପରାଜିତା ଷଡ଼ଙ୍ଗୀ ଗଢ଼ିଲେ ନୂଆ ସଂଗଠନ ‘ଅଜିତା’, ମହିଳାଙ୍କୁ ସ୍ୱାବଲମ୍ବୀ ଏବଂ ସଶକ୍ତୀକରଣରେ ସଂଗଠନ କରିବ କାମ।
୫-ଆସିଲା ନୂଆ ପିଆଜ,୭୦କୁ ଖସିଲା ଦର ହେଲେ ଚିନ୍ତା ବଢ଼ାଉଛି ଆଳୁ।
୬-କଟକ:ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କୁ ମୁଖ୍ୟ ବିଚାରପତି ଦାୟିତ୍ବ : ଅବସର ନେଲେ ଜଷ୍ଟିସ ଝାଭେରୀ।
୭-ଚଳିତ ବର୍ଷ ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା । ଏଥର ପକ୍ଷୀ ସଂଖ୍ୟା ୧୦ ଲକ୍ଷ ୫୦ରୁ ୧୦ ଲକ୍ଷ ୭୦ ହଜାର ପକ୍ଷୀ ଚିଲିକାରେ ପହଞ୍ଚିଛନ୍ତି।
୮-ଭୁବନେଶ୍ୱର:ଶିଶିର ସରସ ମେଳା-୨୦୨୦ ଉଦ୍ଘାଟିତ , ଜାନୁଆରି ୧୪ ଯାଏ ଚାଲିବ ।
୯-କନ୍ଧମାଳ ଜିଲ୍ଲାର ଶିକ୍ଷିତ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ସହ ରୋଜଗାରକ୍ଷମ ପାଇଁ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ । ଚଳିତ ବର୍ଷ ଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ନିଯୁକ୍ତି ମେଳା ।