ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି …

ବବିତା ସାମଲ(ଭଦ୍ରକ) ୨୮/୦୩ : ଟ୍ରେଡ ୟୁନିୟନ,କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ମାରଣ ନୀତି ଓ କର୍ପୋରେଟ ସପକ୍ଷବାଦୀ ନୀତିକୁ ବିରୋଧ କରି ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି । ଦୁଇ ଦିନିଆ ଦେଶବ୍ୟାପୀ ଧର୍ମଘଟର ପ୍ରଭାବ ଭଦ୍ରକରେ ପରିଲକ୍ଷିତ ହୋଇଛି ।

ଭାରତ ବର୍ଷର ସମସ୍ତ୍ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ, ବ୍ୟାଙ୍କ , ବୀମା , ସ୍ଵାଧୀନ କର୍ମଚାରୀ ଫେଡେରେସନ ମାନେ, ମାର୍ଚ୍ଚ ମାସର ୨୮ ଓ ୨୯ ତାରିଖ ଦିନ ଦୁଇଦିନିଆ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛନ୍ତି ।

ଏହି ଧର୍ମଘଟ ଡାକରାରେ ଭଦ୍ରକ ଜିଲ୍ଲାରେ ମିଳିତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ଚରମ୍ପା ଠାରେ ରେଳ ରୋକ କରାଯିବା ସହ ୧୬ ନମ୍ବର ଜାତୀୟ ରାଜପଥର ବନ୍ତ ଛକ ଠାରେ ରାଜପଥ ଅବରୋଧ କରଯାଇଛି । ଦୋକାନ ବଜାର ସବୁ ବନ୍ଦ କରିବା ପାଇଁ ସହର ସାରା ପିକେଟିଙ୍ଗ କରାଯାଉଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଜି ବିଧାନସଭାରେ ମାନସ ହତ୍ୟା ମାମଲାର ତାତି...

Mon Mar 28 , 2022
ମନୋଜ ମହାନ୍ତି(ଭୁବନେଶ୍ୱର) ୨୮।୦୩ : ଆଜି ବିଧାନସଭାରେ ମାନସ ହତ୍ୟା ମାମଲାର ତାତି । ଶୁନ୍ୟକାଳରେ ଉଠିଲା ମାନସ ହତ୍ୟା ମାମଲାର ପ୍ରଶ୍ନ । ହତ୍ୟା କାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠାକୁ ବର୍ତ୍ତମାନ ସୁଦ୍ଧା ବି ଗିରଫ କରାଯାଇନାହିଁ । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, […]

You May Like

Pin It on Pinterest