
ମନୋଜ ମହାନ୍ତି(ଭୁବନେଶ୍ୱର) ୨୮।୦୩ : ଆଜି ବିଧାନସଭାରେ ମାନସ ହତ୍ୟା ମାମଲାର ତାତି । ଶୁନ୍ୟକାଳରେ ଉଠିଲା ମାନସ ହତ୍ୟା ମାମଲାର ପ୍ରଶ୍ନ । ହତ୍ୟା କାଣ୍ଡରେ ସମ୍ପୃକ୍ତ ମୁଖ୍ୟ ଆସାମୀ ଶର୍ମିଷ୍ଠାକୁ ବର୍ତ୍ତମାନ ସୁଦ୍ଧା ବି ଗିରଫ କରାଯାଇନାହିଁ । ସେକ୍ସ ସ୍କାଣ୍ଡଲ ପାଇଁ ଏହି ହତ୍ୟାକାଣ୍ଡ ହୋଇଛି ବୋଲି ଗୃହରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମାନସଙ୍କର ମା,ଏଥିରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ହାତ ରହିଛି ବୋଲି ଅଭିଯୋଗ କରିଛନ୍ତି । ତାଙ୍କ ଇଙ୍ଗିତରେ ହିଁ ହତ୍ୟା ହୋଇଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଥିବାରୁ ତଦନ୍ତ ଠିକ ବାଟରେ ଯିବ ନାହିଁ । ଏହି ଘଟଣା ଠିକ ମମିତା ମେହେର ହତ୍ୟାକାଣ୍ଡ ଭଳି । ଉଭୟ ଘଟଣା ସେକ୍ସ ସ୍କାଣ୍ଡଲ ପାଇଁ ହୋଇଛି । ଆଉ ଉଭୟ ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାମ ଆସିଛି । ମାତ୍ର ସବୁଠି ମନ୍ତ୍ରୀଙ୍କ ସମ୍ପୃକ୍ତି ଅଭିଯୋଗ ଆସିଥିଲେ ବି ତଦନ୍ତରେ ତାଙ୍କ ନାମ ରହିଲା ନାହିଁ । ତେଣୁ ଏହି ମାମଲାକୁ ସିବିଆଇକୁ ଦେବା ପାଇଁ ଗୃହରେ କଂଗ୍ରେସ ବିଧାୟକ ଦାବି କରିଛନ୍ତି ।