ସରିଲା ଶର୍ମିଷ୍ଠାଙ୍କ ଛକା ପଞ୍ଝା ଖେଳ ପଡିଲା ହାତକଡ଼ି…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି):୨୮/୦୩ – ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ, ସରିଲା ଶର୍ମିଷ୍ଠାଙ୍କ ଛକା ପଞ୍ଝା ଖେଳ ପଡିଲା ହାତକଡ଼ି । ଭଦ୍ରକ ନଳାଙ୍ଗ ଗାଁରୁ ବନ୍ଧାହେଲେ ଅଭିଯୁକ୍ତ ଶର୍ମିଷ୍ଠା ରାଉତ୍ ଓ ସହଯୋଗୀ ଝୁନା ଭୋଇ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଉଦ୍ୟମରେ ଉଭୟଙ୍କୁ ଗିରଫ କରାଯାଇଛି । ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର କରାଯିବ ।ଦୁଇଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।

ଖବର ଅନୁଯାୟୀ, ମାନସ ସ୍ୱାଇଁ ହତ୍ୟା ଘଟଣାରେ ତଦନ୍ତ ଭାର କ୍ରାଇମ୍‌ବ୍ରାଞ୍ଚ ପାଖରେ ପହଂଚିବା ପରେ । କ୍ରାଇମ୍‌ବ୍ରାଞ୍ଚ ହତ୍ୟା ମାମଲାର ଟିକିନିଖି ଯାଞ୍ଚ କରୁଛି ।ଏହି ପରିପେକ୍ଷୀରେ ରବିବାର ଦିନ୍ ଭୁବନେଶ୍ୱର ସ୍ଥିତ ଦୟାଲ ଆଶ୍ରମକୁ କ୍ରାଇମ୍‌ବ୍ରାଞ୍ଚ ଏକ ଟିମ୍‌ ଯାଇ ତଦନ୍ତ ଆରମ୍ଭ କରିଥିଲା । କ୍ୟାମେରାମ୍ୟାନ୍ ମାନସ ସ୍ବାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା । ମୃତଦେହକୁ କିଭଳି କାର ପର୍ଯ୍ୟନ୍ତ ନେଇଥିଲେ ହତ୍ୟାକାରୀ । ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ୍ କରି ଫେରିଥଲା ତଦନ୍ତକାରୀ ଟିମ୍ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ହ୍ଵାଟସ୍ ଆପ୍ ଉପଭୋକ୍ତାମାନଙ୍କ ପାଇଁ ଖୁସି ଖବର ୧୦୦ MB ନୁହେଁ 2GB ମିଡିଆ ଫାଇଲ୍ ପଠାଇ ପାରିବେ ...

Tue Mar 29 , 2022
ବାସ୍ତବ ନ୍ୟୁଜ (ନୂଆଦିଲ୍ଲୀ): ଉପଭୋକ୍ତାମାନଙ୍କ ମଧ୍ୟରେ 2GB ଫାଇଲ ସ୍ଥାନାନ୍ତର ସୀମା ସହିତ ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍ ଆପ୍ ପରୀକ୍ଷା କରୁଛି। ମାକ୍ରୁମର୍ସଙ୍କ କହିବା ଅନୁଯାୟୀ, ହ୍ଵାଟସ୍ ଆପର ଫାଇଲ୍ ସେୟାରିଂ କ୍ଷମତା ସେବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇପାରିଛି ଏବଂ ଏହି କାର୍ଯ୍ୟକ୍ରମ ୨୦୧୭ ରୁ ବାର୍ତ୍ତାଳାପ ମଧ୍ୟରେ ଉପଭୋକ୍ତାମାନଙ୍କୁ ମିଡିଆ ଫାଇଲ୍ ଅଂଶୀଦାର କରିବାକୁ ଅନୁମତି ଦେଇଛି, କିନ୍ତୁ ଆପର ୧୦୦MB ଫାଇଲ୍ ଆକାର ସୀମା […]

You May Like

Pin It on Pinterest