ଭୁବନେଶ୍ୱର(ବାସ୍ତବ ଟିଭି): ଦିଲ୍ଲୀରେ ବିଜେପି ସହ ବିଦ୍ଧିବଦ୍ଧ ଭାବେ ସାମିଲ ହୋଇ ସାରିବାପରେ ଭୁବନେଶ୍ୱର ଫେରିଛନ୍ତି ବୈଜୟନ୍ତ ପଣ୍ଡା । ଭୁବନେଶ୍ୱର ଫେରିବା ପରେ ବିଜେପି ପାର୍ଟି ଅଫିସରେ ମିଛ କହିଛନ୍ତି ବୈଜୟନ୍ତ । ଯାହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା । ସୂଚନା ମୁତାବକ ଗତକାଲି ବୈଜୟନ୍ତ କହିଥିଲେକି ବିଜେଡ଼ି,ବିଜେପି ସହୋଯୋଗରେ ପ୍ରତିଷ୍ଠା ହୋଇଥିଲା ।

ଏବଂ ବିଜେଡିରେ ରହି ବିଜେପିରେ ଯୋଗଦେବାକୁ ମୁଁ ୨୨ବର୍ଷ ଧରି ଯୋଜନା କରିଆସୁଥିଲି । ଯାହାକୁ ସହଜରେ ହଜମ କରିପାରିନାହାଁନ୍ତି ପ୍ରତାପ । ପ୍ରତାପ କହିଛନ୍ତିକି ବିଜେପି ସହଯୋଗରେ ବିଜେଡ଼ି ଗଠନ ହୋଇନି । ଏହା କେବଳ ବିଜୁବାବୁଙ୍କ ଆଶିର୍ବାଦରେ ଗଠନ ହୋଇଛି । ବୈଜୟନ୍ତଙ୍କ ମା’ଙ୍କୁ ବିଜୁବାବୁ ରାଜ୍ୟସଭା ପଠାଇଥିଲେ ଏବଂ ତାଙ୍କୁ ମଧ୍ୟ ବିଜେଡ଼ି ବହୁବାର ସାଂସଦ କରିଛି । ବୈଜୟନ୍ତଙ୍କ ପରିବାର ପ୍ରତି ବିଜୁବାବୁଙ୍କର ବହୁତ ସହଯୋଗ ରହିଥିଲା । ଏସବୁ ସତ୍ତ୍ବେ ବୈଜୟନ୍ତଙ୍କ ଏଭଳି ମିଛ ମୋତେ ବହୁତ ଆଘାତ ଦେଇଛି ବୋଲି ପ୍ରତାପ କହିଛନ୍ତି ।