ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୬୫ ବର୍ଷୀୟ ବୃଦ୍ଧ ଚାଷୀଙ୍କ ମୃତ୍ୟୁ,ଗ୍ରାମ ବାସୀଙ୍କ ରାଜରାସ୍ତା ଅବରୋଧ…


ନବୀନ ଦାସ (ବରଗଡ଼): ବରଗଡ ଜିଲ୍ଲା କଳାପାଣି ଛକର ଆନ୍ଧ୍ର ପଡ଼ା ବୃଦ୍ଧା,ଏସ. ସତ୍ ରାଜୁ ବୟସ ୬୫ ଙ୍କ ବିଦ୍ୟୁତ୍ ସ୍ପର୍ଶରେ ମୃତ୍ୟୁ ହୋଇଛି ,ସେ ସକାଳୁ ସକାଳୁ ଗାଈ ମାନଙ୍କ ପାଇଁ ବିଲରୁ ଘାସ ସଂଗ୍ରହ କରିବାକୁ ଯାଉଥିବା ବେଳେ ବିଲରେ ବିଳମ୍ବିତ ରାତିରେ ଛିଣ୍ଡି ପଡ଼ିଥିବା ୧୧ କେଭି ବିଦ୍ୟୁତ୍ ତାର ର ସମ୍ପର୍କରେ ଆସି ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଥିଲା ଏ ନେଇ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗ କୁ ବାରମ୍ବାର ଜଣାଇବା ପରେ ମଧ୍ୟ ବିଦ୍ୟୁତ୍ କର୍ମଚାରୀ ଘଟଣା ସ୍ଥଳକୁ ନ ପହଞ୍ଚିବାରୁ ଲୋକେ ଉତ୍ୟକ୍ତ ହୋଇ ୫୩ ନମ୍ବର ଜାତୀୟ ରାଜପଥ କୁ ଅବରୋଧ କରିଥିଲେ।

ଘଟଣା ସ୍ଥଳରେ ଚାପା ଉତ୍ତେଜନା ଦେଖାଯିବାରୁ ବରଗଡ ପୋଲିସ୍ ଘଟଣା ସ୍ଥଳକୁ ପହଞ୍ଚି ଅଧିକ ତଦନ୍ତ କରିବା ସହ ଲୋକଙ୍କୁ ବୁଝା ସୁଝା କରିଥିଲେ କିନ୍ତୁ ସ୍ଥାନୀୟ ଲୋକେ ବିଦ୍ୟୁତ୍ ବିଭାଗ କୁ କ୍ଷତିପୂରଣ ପାଇଁ ୨୫ ଲକ୍ଷ୍ୟ ଟଙ୍କା ଦାବି ପୂରଣ ନ ହେଲେ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ୍ ରଖିଥିଲେ ,ଯାହାକୁ ନେଇ ୫ ଘଣ୍ଟା ରୁ ଉର୍ଦ୍ଧ୍ବ ସମୟ ଧରି ରାଜ୍ ରାସ୍ତା ଅବରୋଧ ହୋଇଥିବା ବେଳେ ଜନ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ସହ ସିନାପାଲି ରେ ପ୍ରସ୍ତାବିତ ଜେ ଏମ ଏଫ୍ ସି କୋର୍ଟ ସ୍ଥାନ ପରିଦର୍ଶନ...

Tue Mar 29 , 2022
ଚନ୍ଦାହାଣ୍ଡି(କାମିନୀ ରଞ୍ଜନ ପାଣ୍ଡେ):୨୯/୦୩-ନବରଙ୍ଗପୁର ଜିଲ୍ଲା ତଥା ଦୌରା ଜଜ ସଞ୍ଜିବ କୁମାର ଦୁବେ ଆଜି ଚନ୍ଦାହାଣ୍ଡି ପ୍ରଥମ ଶ୍ରେଣୀ ବିଚାରପତି ଙ୍କ ଅଦାଲତ ପରିଦର୍ଶନ ରେ ଆସି ଚନ୍ଦାହାଣ୍ଡି ବ୍ଲକ ସିନାପାଲି ନିକଟସ୍ଥ ଆମ୍ବତୋଟା ଠାରେ ନୂତନ ଭାବେ ପ୍ରସ୍ତାବିତ ଜେ ଏମ ଏଫ ସି କୋର୍ଟ କୋଠା ନିର୍ମାଣ ନିମନ୍ତେ ଚିହ୍ନଟ ହୋଇ ଥିବା ସ୍ଥାନ ପରିଦର୍ଶନ କରିଥିଲେ । ସୂଚନାଯୋଗ୍ୟ ଯେ ସିନାପାଲି ମୌଜ଼ା ରେ ନୂତନ […]

You May Like

Pin It on Pinterest