
ସନ୍ତୋଷ ପାତ୍ର(ନର୍ଲା): କୋଭିଡ ମହାମାରୀ ପାଇଁ ସାରାଦେଶର ଛୋଟ ଛୋଟ ରେଳ ଷ୍ଟେସନ ମାନଙ୍କରେ ଯାତ୍ରୀ ବାହି ଟ୍ରେନ ରହଣି ଉପରେ କଟକଣା ଥିବାବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ରେଳ ଷ୍ଟେସନ ରେ ମଧ୍ୟ ଏହି ନିୟମ କୁ କାର୍ଯ୍ୟକାରୀ କରାଯାଇଥିଲା |ଏହି ରେଳ ଷ୍ଟେସନ ଉପରେ ନର୍ଲା ବ୍ୟତୀତ ମ, ରାମପୁର, କର୍ଲାମୁଣ୍ଡା ପରି ନର୍ଲା ନିର୍ବାଚନ ମଣ୍ଡଳୀ ର ତିନୋଟି ବ୍ଲକ ର ଲୋକେ ନିର୍ଭର କରିଥାନ୍ତି |
ବେପାର ବଣିଜ ପାଇଁ ରl ୟପୁର, ସମ୍ବଲପୁର, ବରଗଡ କୁ ରେଳ ଯୋଗେ ସହଜରେ ଏବଂ ସୁବିଧା ରେ ଯିବା ଆସିବା କରୁଥିବାବେଳେ, ସ୍ୱାସ୍ଥ୍ୟ ସେବା ପାଇଁ ବିଶାଖାପାଟଣା ଯାଇପାରୁଥିଲେ କିନ୍ତୁ କରୋନା କଟକଣା ପାଇଁ ରୟପୁର ପାସେଞ୍ଜର ଏବଂ ସମ୍ବଲପୁର ତପସ୍ୱିନୀ ଏକ୍ସପ୍ରେସ ବ୍ୟତୀତ କୌଣସି ବି ଟ୍ରେନ ଅଟକୁ ନ ଥିବାରୁ ଅଂଚଳ ବାସି କ୍ଷୋବ ପ୍ରକାଶ କରିଛନ୍ତି |
ବର୍ତମାନ କୋଭିଡ କଟକଣା କୋହଳ ହେଲାଣି, ଆନ୍ତରାଷ୍ଟ୍ରୀୟ ବିମାନ ମଧ୍ୟ ଉଡିଲାଣି ହେଲେ ନର୍ଲାରୋଡ ରେ ପୂର୍ବପରି ଟ୍ରେନ ରହିବା ପାଇଁ ରେଳ ମନ୍ତ୍ରୀ, ସ୍ଥାନୀୟ ଏମ ପି, ଏମ ଏଲ ଏ ଙ୍କୁ ଜଣେଇଥେଲେ ମଧ୍ୟ ତାରକିଛି ସୁଫଳ ମିଳୁ ନ ଥିବାରୁ ନର୍ଲାରୋଡ ରେ ଥିବା ରେଳ ଯାତ୍ରୀ ସୁରକ୍ଷ୍ୟା ସଙ୍ଘ ତରଫରୁ ଆସନ୍ତା ୧୧ ତାରିଖରେ ଦଳଗତ ନିର୍ବିଶେଷରେ ନର୍ଲା ନିର୍ବାଚନ ମଣ୍ଡଳ ର ସମସ୍ତଙ୍କୁ ନେଇଁ ରେଳ ରୋକ କରାଯିବ ବୋଲି ଲିଖିତ ଆକାରେ ରେଳ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ, ଜିଲ୍ଲା କଳଲେକଟର, ଏସ ପି, ବି ଡ଼ି ଓ, ଏବଂ ଥାନା ଅଧିକାରୀଙ୍କୁ ମଧ୍ୟ ଜଣେଇଛନ୍ତି!