
ସନ୍ତୋଷ ପାତ୍ର( ନର୍ଲା): କଳାହାଣ୍ଡି ଜିଲ୍ଲା ନର୍ଲା ଜବାହର ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ଏଲ୍ ମିନାକୁମାରି ଙ୍କ ଅଧ୍ୟକ୍ଷତାରେ, ସାମ୍ବାଦିକ ସମ୍ବିଳନି ଅୟୋଜନ କରାଯାଇଥିଲା| ଆଗାମୀ ଏପ୍ରିଲ୍ 1 ତାରିଖ ଦିନ 11 ଘଣ୍ଟା ସମୟରେ ହେବାକୁ ଥିବା ପ୍ରଧାନମନ୍ତ୍ରୀ ଙ୍କ (ପରୀକ୍ଷା ପେ ଚର୍ଚ୍ଚ ) କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ |
ଏହି କାର୍ଯ୍ୟକ୍ରମ ଦ୍ଵାରା ସମ୍ପ୍ରତି ଛାତ୍ର ଛାତ୍ରୀ ମାନେ ପରୀକ୍ଷା ପାଇଁ ବିଶେଷ କରି ଚାପରେ ରହୁଛନ୍ତି ଏହି ଚାପର କାରଣ ହେଉଛି ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ପାଇଁ ବିଦ୍ୟାଳୟ ବନ୍ଦ ଥିଲା ଏବଂ ଛାତ୍ର ଛାତ୍ରୀ ମାନେ ବିଭିନ୍ନ କ୍ଷେତ୍ରରେ ଅନ୍ ଲାଇନ୍ କ୍ଲାସ୍ କରୁଥିଲେ କିନ୍ତୁ ବର୍ତ୍ତମାନ ପରିସ୍ଥିତି ରେ ପିଲାମାନଙ୍କ ପରୀକ୍ଷା ଅଫ୍ ଲାଇନ୍ ରେ ହେବାକୁ ଯାଉଛି |
ସେ ସମୟରେ ସେମାନେ ସ୍ଵାଭାବିକ ଭାବରେ ଚାପମୁକ୍ତ ହୋଇ କିପରି ପରୀକ୍ଷା ଦେବେ ସେଥି ପାଇଁ ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବଙ୍କ ମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଙ୍କ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିବାରୁ ଏହି କାର୍ଯ୍ୟକ୍ରମ କୁ ନର୍ଲା ନବୋଦୟ ବିଦ୍ୟାଳୟ ର କନ୍ଫରେନ୍ସ ହଲ୍ ରେ ଦେଖିବାର ପାଇ ବ୍ୟବସ୍ଥା କରାଯାଇଛି ଉକ୍ତ କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ସମସ୍ତ ଅଭିଭାବକ ଓ ସାଧାରଣ ଲୋକଙ୍କୁ ଉପସ୍ଥିତି ରହିବା ପାଇଁ ସାମ୍ବାଦିକ ସମ୍ବିଳନୀ ରେ ଅଧ୍ୟକ୍ଷା ପ୍ରକାଶ କରିଥିଲେ |