ଯୁବ ସାମ୍ବାଦିକଙ୍କ ହୃଦଘାତରେ ଅକାଳ ବିୟୋଗ…

କାମିନୀ ରଞ୍ଜନ(ଚନ୍ଦାହାଣ୍ଡି):ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଧୋଡିପାଣି ପଞ୍ଚାୟତ ର ଫଳସାପଡ଼ା ଗ୍ରାମର ଗିରିଧାରୀ ପଟେଲ ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡିଛି।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତ୍ରୀରେ ସେ ବାଥ ରୁମକୁ ଯାଇଥିଲେ ଓ ସେହି ବାଥ ରୁମ ଭିତରେ ହିଁ ପଡ଼ିଯାଇଥିଲେ ଓ ଅକସ୍ମିତ ତାଙ୍କର ମୃତ୍ୟୁ ହୋଇଯାଇଥିଲା।ଓ ପରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଥିଲା ।

ସେ ପାନାବେଡ଼ା ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ଦାୟିତ୍ୱରେ ରହିଆସିଥିଲେ।ସେ ଯେ ଏନ୍ ୟୁ ୱେବ୍ ଚେନାଲ୍ ରେ ଦୀର୍ଘ ବର୍ଷ ଧରି ନିସ୍ୱର୍ଥରେ ପର ଭାବରେ ତାଙ୍କର ସାମ୍ବାଦିକ କାର୍ଯ୍ୟକୁ ତ୍ବରାନ୍ବିତ କରୁଥିଲେ।ଏଥି ସହ ବ୍ୟାଙ୍କ୍ ଅଫ୍ ବରୋଦା ର କିସ୍କୋ ବ୍ୟାଙ୍କିଙ୍ଗ ସେବା ମଧ୍ୟ ଲୋକଙ୍କୁ ଯୋଗାଉ ଥିଲେ ।ତାଙ୍କର ଏହି ମୃତ୍ୟୁ ଖବର ଶୁଣିବାପରେ ଆଖ ପାଖର ସମସ୍ତ ଗ୍ରାମରେ ଶୋକର ଛାୟା ବାତାବରଣ ସୃଷ୍ଟି ହୋଇଥିବା ଜଣାପଡିଛି।ସେ ବାହା ହୋଇ ତାଙ୍କର ଛୋଟ ଛୋଟ ଦୁଇଟା ଛୁଆ ମଧ୍ୟ ରହିଛନ୍ତି।ତାଙ୍କରି ଏପରି ହଟାତ୍ ମୃତ୍ୟୁ ରେ ତାଙ୍କର ପରିବାର ର ବହୁତ ଭାଙ୍ଗି ପଡିଛନ୍ତି।

ଏହି ମୃତ୍ୟୁ ଖବର ଶୁଣି ପାନା ବେଡା ସାମ୍ବାଦିକ ସଂଘ ର ସଦ୍ଭାପତି ଶ୍ରୀ ପିତାମ୍ବର ସୋରି, ସଂପାଦକ ଶ୍ରୀ ମହେଶ୍ବର ଦାସ, ଉପସଭାପତି ଶ୍ରୀ ଜୟଦେବ ଖମାରି, କାମିନି ପାଣ୍ଡେ, ତ୍ରିନାଥ ଡଙ୍ଗରି, ଅରଯୁନ ୟାଦବ, ଦେବି ଗୌଡ,ବଂଶିଧର ସାଗର, ଏସକେ, ପ୍ରଫୁଲ ଗହିର,ମଦନ ହିଆଲ, ହିରାଲାଲ କଇବର୍ତ୍ତ ପ୍ରମୁଖ ଶୋକବ୍ଯକ୍ତ କରିଥିଲେ,ଓ ତାଙ୍କର ଅମର ଆମ୍ବାର ଶଦଗକ୍ତି ନିମନ୍ତେ ଭଗବାନ ଠାରେ ସମସ୍ତ ପାନାବେଡ଼ା ସାଂବାଦିକ ର କର୍ମକର୍ତ୍ତାମାନେ ପ୍ରାଥନା କରିଥିଲେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଅତାବିରା ଜନ କଲ୍ୟାଣ କୁଲତା ସମାଜର,ସଭିଙ୍କ ଉନ୍ନତି କାମନା କରି ବାଇକ୍ ରାଲି...

Sat Apr 2 , 2022
ନବୀନ ଦାଶ(ବରଗଡ଼): ବରଗଡ଼ ଜିଲ୍ଲା ଅତାବିରା ଜନ କଲ୍ୟାଣ କୁଲୁତା ସମାଜ ପକ୍ଷରୁ ସଭାପତି ଦିବାକର ପ୍ରଧାନ ଙ୍କ ସଭାପତିତ୍ବ ରେ ଏକ ବିଶାଳ ବାଇକ୍ ରେଲି ଅନୁଷ୍ଠିତ।ରେଳି ଲାଦେର ପାଲି ରଣେଶ୍ୱର ରାମଚଣ୍ଡୀ ମନ୍ଦିର ରୁ ବାହାରି ରେଙ୍ଗାଲି କେମ୍ପ,ଦେବାହାଲ, ସୁକୁଟା ପାଲି ରୁ ଜାତୀୟ ରାଜପଥ ରେ ଶତାଧିକ ସଂଖ୍ୟାରେ ବାଇକ୍ ଯୋଗେ ସମାଜ ଉନ୍ନତି କାମନା କରି ରାମଚଣ୍ଡୀ ଙ୍କ ରଥ ଗୋଡଭଗା ପର୍ଯ୍ୟନ୍ତ ଅତାବିରା […]

You May Like

Pin It on Pinterest