୧-କର୍ମଚାରୀଙ୍କ ପଦୋନ୍ନତି ପାଇଁ ଗଠନ ହେଲା ପଦୋନ୍ନତି ଅଦାଲତ।
୨-ଚୀନ ଓ ଇଣ୍ଡୋନେସିଆ ମଧ୍ୟରେ ଉତ୍ତେଜନା, ଯୁଦ୍ଧ ଜାହାଜ ଓ ବିମାନ ମୁତୟନ କଲା ଇଣ୍ଡୋନେସିଆ।
୩-ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ । ସମଗ୍ର ଭାରତ ଓ ବିଶ୍ୱର ଅନେକ ଦେଶରେ ଦେଖାଯିବ ଚନ୍ଦ୍ର ଗ୍ରହଣ । ରାତି ୧୦ଟା ୩୭ ମିନିଟ୍ରୁ ୧୧ ତାରିଖ ଭୋର୍ ୨ଟା ୪୨ ମିନିଟ୍ରେ ସର୍ବ ମୋକ୍ଷ ହେବ।ଓଡ଼ିଶାରେ ପାଳନୀୟ ନୁହଁ ଚନ୍ଦ୍ର ଗ୍ରହଣ, ଶ୍ରୀମନ୍ଦିରରେ ବି ହେବ ନାହିଁ ପାଳନ।
୪-ଭୁବନେଶ୍ୱର:୧୭୮୩୩ କୋଟିର ପୁଞ୍ଜିନିବେଶ ସାଢ଼େ ୬ ହଜାର ନିଯୁକ୍ତି : ୩ଟି ପ୍ରକଳ୍ପର ସଂପ୍ରସାରଣ ପ୍ରସ୍ତାବରେ ମୋହର।
୫- ଏଥର ଖରାଛୁଟିରେ ବି ହେବ ପାଠପଢ଼ା, ଜାନୁଆରୀ ୩୧ ତାରିଖ ଯାଏଁ ଚାଲିବ ଦଶମ ପାଠପଢ଼ା।
୬-ପୁଣେ:ଆଜି ଭାରତ-ଶ୍ରୀଲଙ୍କା ଅନ୍ତିମ ଟ୍ବେଣ୍ଟି-୨୦ : ସିରିଜ ହାତେଇବା ଲକ୍ଷ୍ୟରେ ଭାରତ।
୭-୧୫ ସୁଦ୍ଧା ବିଲ୍ ନଦେଲେ ୧୬ ରେ ବିଦ୍ୟୁତ କାଟ୍, ସେସୁ ଗଠନ କରିଛି ସ୍କ୍ୱାଡ୍ : କିସ୍ତିରେ ବି ଦେଇ ହେବ ବକେୟା ବିଲ୍।
୮-ଇରାନର ଚରମବାଣୀ: ଭୟଙ୍କର ପ୍ରତିଶୋଧ ନେବୁ।
୯-ନୂଆ ଦିଲ୍ଲୀ: ଦୁଷ୍କର୍ମ ମାମଲାର ତ୍ଵରିତ ନ୍ୟାୟ ପାଇଁ ଅଣ୍ଟା ଭିଡ଼ିଲେ ସରକାର,ଆଉ ୧୦୨୩ ଫାଷ୍ଟ୍ ଟ୍ରାକ ସ୍ବତନ୍ତ୍ର କୋର୍ଟ।
୧୦-ରେକର୍ଡ଼ ସ୍ତରରେ ସୁନା,୧୦ଗ୍ରାମକୁ ହେଲାଣି ୪୨,୮୬୦।