
ଦେବକାନ୍ତ ମହାନ୍ତି (ଚାନ୍ଦବାଲି): ରାଜ୍ୟ ପାଇଁ ଗୌରବ ପୁଣି ଆଣିଛନ୍ତି ମମତା ବେହେରା , ଜାତୀୟ ସ୍ତରରେ ଟେନିସ କ୍ରିକେଟ ଚମ୍ପିଆନସିପ ୨୦୨୨ରେ ମନୋନିତ ହୋଇ ଜାତିୟ ସ୍ତରରେ ୩ ମ୍ୟାଚ ଖେଳି ୩ ଟିର ବିଜୟୀ ହୋଇ ସେ ପାଇଛନ୍ତି ସ୍ୱର୍ଣ୍ଣ ପଦକ ।ତାଙ୍କର ପ୍ରଥମ ମ୍ୟାଚ ୨୫ ତାରିଖରେ ଓଡ଼ିଶା ପକ୍ଷରୁ ପ୍ରଥମ ମ୍ୟାଚ ଆସାମ ,ଦିତିୟ ମ୍ୟାଚ ୱେଷ୍ଟବେଙ୍ଗଲ ସହ ଖେଳି ଫାଇନାଲରେ ବିଜୟୀ ହୋଇ ପାଇଛନ୍ତି ସ୍ୱର୍ଣ୍ଣ ପଦକ ।
ମମତା ବେହେରା ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀରୁ ଟେନିସ କ୍ରକେଟ ଖେଳୁଥିଲେ , ସେ ଆଜି ଜାତୀୟ ସ୍ତରରେ ସୁଯୋଗ ପାଇ ଥିବାରୁ ଚାନ୍ଦବାଲି ସ୍ପୋର୍ଟ୍ସ ଏକାଡ଼େମୀ ସହ ଭଦ୍ରକ ଜିଲ୍ଲା ଓ ଆମ ରାଜ୍ୟ ପାଇଁ ଗୌରବ ନେଇ ତାଙ୍କର ଉତରତ୍ବର କାମନା କରିଛନ୍ତି ଚାନ୍ଦବାଲି ସ୍ପୋର୍ଟଏକାଡ଼େମୀର ସମସ୍ତ କର୍ମକର୍ତ୍ତା ଆଜି ସେ ଚାନ୍ଦବାଲିରେ ପହଁଚିବା ପରେ ତାଙ୍କୁ ଚାନ୍ଦବାଲି ବାସୀଙ୍କ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ଚାନ୍ଦବାଲି ଥାନା ଅଧିକାରୀ ଓ ଏସଡ଼ିପିଓ ଙ୍କୁ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।