
ତ୍ରିନାଥ ବାରିକ(ସତ୍ୟବାଦୀ):ସତ୍ୟବାଦୀ ସରକାରୀ ଉଚ୍ଚ ବାଳିକା ପ୍ରାଥମିକ ବିଦ୍ୟାଳୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ପବିତ୍ର ଉତ୍କଳ ଦିବସ ଅବସରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା ,ସ୍କୁଲ ପରିସରରେ ଥିବା ଉତ୍କଳ ମଣି ଗୋପ ବନ୍ଧୁ ଦାସ ପ୍ରତିମୃତ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ l
ପରେ ଜଗନ୍ନାଥ ମୃତ୍ତି ନିକଟରେ ଧୂପ ଦୀପ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ | ଉତ୍କଳ ପ୍ରଦେଶ ଗଠନ କରିବାପାଇଁ ସଂଗ୍ରାମ କରିଥିବା ମହାମନୀଷୀ ଫୋଟଚିତ୍ର ରେ ପୁଷ୍ପ ମାଲ୍ୟାର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।ଉକ୍ତ ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ବିଦ୍ୟାଳୟ ର ସମସ୍ତ ଛାତ୍ରୀ ମାନେ ,ଚିତ୍ରାଙ୍କନ, କବିତା, ପ୍ରଭନ୍ଧ, ନୃତ୍ୟଓ କଳା ପ୍ରଦଶନ କରିଥିଲେ ।ଏହିକାର୍ଯ୍ୟକ୍ରମ ଶେଷରେ ସମସ୍ତ ଛାତ୍ରୀ ମାନଙ୍କୁ ସ୍କୁଲ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ପଣ୍ଡା ଏକ ପୁସ୍ତକ ବଣ୍ଟନ କରିଥିଲେ ।
