
ସୂର୍ଯ୍ୟନାରାୟଣ ପାଢ଼ୀ(ସୁବର୍ଣ୍ଣପୁର:ସୋନପୁର ବ୍ଲକ ସାଗରପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ମେଳା ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଦାସ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।
ପୁରସ୍କାର ବୀତରଣୀ ଉତ୍ସବର ସାଗରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କତ୍ୟାୟନୀ ମିଶ୍ର ମୁଖ୍ୟ ଅତିଥି ରୂପେ ଛାତ୍ର ଛାତ୍ରୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଦୋଳ ଗୋବିନ୍ଦ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ନଅ ଗୋଟି ବିଦ୍ୟାଳୟର ବାଈଶ ଗୋଟି ପ୍ରକଳ୍ପ ଅଂଶ ଗ୍ରହଣ କରିଥିଲେ ।

ସେଥିମଧ୍ୟରୁ ସାଲିନି ଝାଙ୍କର ଗଡ଼ିଆ ସ୍କୁଲ ପ୍ରଥମ ,ଶିମରନ ମହାନନ୍ଦ ମଲ୍ଲିକମୁଣ୍ଡ ସ୍କୁଲ ଦ୍ୱିତୀୟ ଓ ଲିଜା ବାରିକ ମେଦିନୀପାଳି ସ୍କୁଲ ତୃତୀୟ ସ୍ଥାନ ଗ୍ରହଣ କରି ବ୍ଲକ୍ ସ୍ତରକୁ ମନୋନୀତ ହୋଇଛନ୍ତି । କାର୍ଯ୍ୟକ୍ରମରେ ଲିଲିରାଣୀ ଧରୁଆ ,ସୁଭାଷିନୀ ସେହେର , ସଚିତନନ୍ଦ ମଲ୍ଲିକ, ପଦାର୍ଥ ଝାଙ୍କର ,ସୁଭଦ୍ରା ମହାନ୍ତ,ଫଗୁନୁ ପଲିଆ, ରଞ୍ଜନ କୁମାର ବୁଡେକ , ଡାକ୍ତର ଦାସ ଜଳନ୍ଦର ରଣା ଆଦି ଶିକ୍ଷକ ଉପସ୍ଥିତ ଥିଲେ ।