
ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ୦୩/୦୪- କ୍ରାଇମବ୍ରାଞ୍ଚର ଯୁକ୍ତିରେ(ତଦନ୍ତ ସରି ନାହିଁ, ପୁଣି ରିମାଣ୍ଡରେ ଦିଅ) ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତିଦେଲେ ଚାନ୍ଦବାଲି ଯେ ଏମ ଏଫସି । କ୍ରାଇମବ୍ରାଞ୍ଚର ଦୁଇ ଜଣଙ୍କୁ ୩ ଦିନ ରିମାଣ୍ଡରେ ନେଇଥିବା ବେଳେ ଅନ୍ୟ ଦୁଇଜଣଙ୍କର ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।ରିମାଣ୍ଡରେ ଯାଇଥିବା ଦୁଇ ଜଣ ହେଲେ ଶର୍ମିଷ୍ଠା ଓ ଝୁନା ।
ସୂଚନାଯୋଗ୍ୟ ଯେ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ପୁଣି ରିମାଣ୍ଡ ଅନୁମତି ମିଳିଛି । ପୂର୍ବରୁ ନିରଞ୍ଜନ, ରଞ୍ଜନ, ଝୁନା ଓ ଶର୍ମିଷ୍ଠାଙ୍କୁ ୧୦ ଦିନ ରିମାଣ୍ଡରେ ନେବା ପାଇଁ ଅନୁମତି ମାଗିଥିଲେ । କିନ୍ତୁ ୫ ଦିନ ରିମାଣ୍ଡ ଅନୁମତି ମିଳିଥିଲା । ରିମାଣ୍ଡ ଅବଧି ସରିବା ପରେ ଆଜି ଦିନ ୨ ଟା ୩୦ ମିନିଟରେ ଚାନ୍ଦବାଲି ଯେ ଏମ ଏଫସି ଙ୍କ ନିକଟରେ ହାଜର କରାଯାଇଥିଲା ।
ରିମାଣ୍ଡ ଆବେଦନ ପ୍ରକ୍ରିୟା ପରେ ମାନ୍ୟବର ବିଚାରପତିଙ୍କ ନିକଟରେ ରିମାଣ୍ଡ ପାଇଁ ଆବେଦନ କରିଥିଲେ । ତେବେ କ୍ରାଇମବ୍ରାଞ୍ଚ ପୁଣି ତଦନ୍ତର ଆବଶ୍ୟକତା ନେଇ ଯୁକ୍ତି ରଖି ପୁଣି ୪ ଜଣଙ୍କୁ ୫ ଦିନର ରିମାଣ୍ଡ ଅନୁମତି ମାଗିଥିଲେ । ମାତ୍ର ପ୍ରତିପକ୍ଷ ଓକିଲଙ୍କ ଯୁକ୍ତି ପରେ ମାନ୍ୟବର ବିଚାରପତି ଶର୍ମିଷ୍ଠା ଓ ଝୁନାଙ୍କୁ ପୁଣି ୩ଦିନ ପାଇଁ ରିମାଣ୍ଡରେ ନେବା ପାଇଁ ଅନୁମତି ଦେଇଥିଲେ । କେତେକ ସର୍ତ୍ତ ଆଧାରରେ ଆସନ୍ତା ୭ ତାରିଖ ଦିନ ୧ ସୁଦ୍ଧା କୋର୍ଟରେ ହାଜର ପାଇଁ ଅନୁମତି ଦେଇଛନ୍ତି ।