ସ୍ୱର୍ଗତ ଯାଦବ ମାଝୀଙ୍କ ଶ୍ରାଦ୍ଧ ଦିବସରେ ରକ୍ତ ଦାନ କଲେ ଯାଦବ ପ୍ରେମି…

ଚନ୍ଦାହାଣ୍ଡି,(କାମିନୀ ରଞ୍ଜନ ପାଣ୍ଡେ): ପାନାବେଡ଼ା ଅଞ୍ଚଳର ବରପୁତ୍ର ତଥା ଓଡିଶାର ଶିଳ୍ପରାଷ୍ଟ୍ର ମନ୍ତ୍ରୀ ସ୍ଵର୍ଗୀୟ ଯାଦବ ମାଝୀଙ୍କ ତେଇଶି ତମ ଶ୍ରାଦ୍ଧ ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ଯାଦବ ମାଝୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l

ଏହି ରକ୍ତ ଦାନ ଶିବିର ରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଓ ସମ୍ମାନିତ ଅତିଥି ରୂପେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇଥିଲେ l ସର୍ବ ପ୍ରଥମେ ପ୍ରାତଃ ନଅ ଘଣ୍ଟିକା ସମୟରେ ଚନ୍ଦାହାଣ୍ଡି ସ୍ଥିତ ଯାଦବ ମାଝୀ ଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ଵର୍ଗୀୟ ଯାଦବ ମାଝୀଙ୍କ ସ୍ମୃତି ଚାରଣ କରାଯାଇଥିଲା l ତତ୍ପରେ ଉପସ୍ଥିତ ଅଞ୍ଚଳର ଯାଦବ ପ୍ରେମୀ ଭାଇ ଓ ଭଉଣୀ ମାନେ ଯାଦବ ମାଝୀ ଅମର ରହେ ସ୍ଲୋଗାନ୍ ଦେଇ ଅନୁଷ୍ଠିତ ରକ୍ତ ଦାନ ଶିବିର କୁ ଆସି ବହୁ ସଂଖ୍ୟାରେ ରକ୍ତଦାନ କରିବାକୁ ଧାଡ଼ି ବାନ୍ଧି ସମ୍ମିଳିତ ହୋଇ ଥିଲେ l

ନବରଙ୍ଗପୁର ଜିଲ୍ଲା ବିଜେଡ଼ି ସଂଯୋଜକ ପ୍ରମୋଦ କୁମାର ପାଢ଼ୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଶିବିରରେ ସର୍ବ ମୋଟ ଏକ ଶହ କୋଡ଼ିଏ ଜଣ ବ୍ୟକ୍ତି ରକ୍ତଦାନ କରିଥିଲେ l ପାଟଖଲିଆ ଗ୍ରାମ ପଞ୍ଚାୟତ ର ସର୍ବାଧିକ କୋଡ଼ିଏ ଜଣ ବ୍ୟକ୍ତି ରକ୍ତଦାନ କରିଥିବା ରୁ ପୂର୍ବତନ ସରପଞ୍ଚ ହର ପୂଜାରୀ ରକ୍ତଦାତାଙ୍କୁ ଉତ୍ତରୀୟ ପ୍ରଦାନ କରି ଉତ୍ସାହିତ କରିଥିଲେ l

ତେବେ ସମାଜ ସେବୀ ଭୀମସେନ ଡଙ୍ଗରି ଓ ରୁସୁ ଚନ୍ଦ୍ର ବାଘ ଏକ ମହତ୍ ଉଦ୍ଦେଶ୍ୟ ପୂରଣ କରିବା ତଥା ରକ୍ତ ଅଭାବରୁ କାହାରିକୁ ମରିବାକୁ ଦେବା ନାହିଁ, ଏହା ହିଁ ରକ୍ତଦାନ ଶିବିର ଆୟୋଜନ କରିବା ର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବୋଲି ନିଜର ପ୍ରତିକ୍ରିୟା ରେ କହିଥିଲେ l ଏହି କାର୍ଯ୍ୟକ୍ରମରେ ପୁର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶନିନ୍ଦ୍ର କୁମାର ସୋରୀ, ନିଳେନ୍ଦ୍ରୀ ଗୌଡ଼, ବଳରାମ ପଟ୍ଟନାୟକ , ମଞ୍ଜୁଳା ମାଝୀ, ବ୍ଲକ୍ ଅଧ୍ୟକ୍ଷା ସୁମିତ୍ରା ପୂଜାରୀ, ସମିତି ସଭ୍ଯା ଗୌରୀ ନେଙ୍ଗୀ , ସମେତ ଅନେକ ଯାଦବ ପ୍ରେମୀ ଉପସ୍ଥିତ ଥିଲେ

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଂଗ୍ରେସ ସାଂସଦ ଶୂନ୍ୟ ହେବକି ରାଜ୍ୟସଭା ? ବର୍ତ୍ତମାନ ୧୭ ଟି ରାଜ୍ୟରୁ ଗୋଟିଏ ବି ସାଂସଦ ନାହାଁନ୍ତି...

Mon Apr 4 , 2022
ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ଏବେ ରାଜ୍ୟସଭାରେ କଂଗ୍ରେସ ପାଇଁ ଏକ ସଙ୍କଟ ପରିସ୍ଥିତି ଉପୁଜିଛି। ଆସନ୍ତା ରାଜ୍ୟସଭା ନିର୍ବାଚନ ପରେ ଉପର ଗୃହରେ କଂଗ୍ରେସ ସଂଖ୍ୟା ହ୍ରାସ ପାଇବ। ଆହୁରି ଚିନ୍ତାର ବିଷୟ ହେଉଛି କଂଗ୍ରେସର ଭୌଗୋଳିକ ଗ୍ରାଫ୍ ମଧ୍ୟ ବର୍ତ୍ତମାନ ହ୍ରାସ ପାଉଛି | ବର୍ତ୍ତମାନ ୧୭ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ରାଜ୍ୟସଭାରେ କୌଣସି କଂଗ୍ରେସ ପ୍ରତିନିଧୀ ରହିବେ ନାହିଁ। ଆସନ୍ତୁ ଜାଣିବା […]

You May Like

Pin It on Pinterest