ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ପୋଲିସର ମାତ୍ରାଧିକ କାର୍ଯାନୁଷ୍ଠାନ ପ୍ରତିବାଦରେ ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବର ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…

ଫୁଲବାଣୀ ୮/୪: ନୀଳଗିରି ପୋଲିସ ଆକ୍ରୋଶମୂଳକ ଭାବେ ମାଡ ମାରି,ମିଛ ମାମଲାରେ ନୀଳଗିରିର ସାମ୍ୱାଦିକ ଲୋକନାଥ ଦଳେଇଙ୍କୁ ଗିରଫ କରିବା ସହ ଚିକିତ୍ସାଧୀନ ଅବସ୍ଥାରେ ଗୋଡ଼ରେ ବେଡ଼ି ପକାଇବା ଘଟଣାର ଫୁଲବାଣୀ ଜିଲ୍ଲା ପ୍ରେସ କ୍ଳବ ତୀବ୍ର ନିନ୍ଦା କରିବା ସହ ସମ୍ପୃକ୍ତ ଲେଡି ଆଇଆଇସି ବଦଳି ନୁହେଁ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।


ଆଜି ଫୁଲବାଣୀ ପ୍ରେସକ୍କବ ସଭାପତି ସୁନୀଲ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ ସାମ୍ବାଦିକ ଫିଲି ମୋହନ ନାୟକ, ସନ୍ତୋଷ ଡିଗାଲ, ରାଧାମୋହନ ମହାପାତ୍ର, ସନ୍ତୋଷ ଦାସ, ବ୍ରଜ ନାୟକ,ସୂର୍ଯ୍ୟ ନାରାୟଣ ବେହେରା, ସୁନୀଲ ବିଶ୍ୱାଳ,ଅଶୋକ ମହାନ୍ତି,ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା, ବୀରେନ୍ଦ୍ର ସୁବୁଦ୍ଧି,ପ୍ରଶାନ୍ତ ଜେନା, ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ, ସତ୍ୟନାରାୟଣ ବେହେରା, ଆଦିତ୍ୟ ତ୍ରିପାଠି, ଶିବନାଏକ, ଦୁଃଖିଶ୍ୟାମ ପ୍ରଧାନ, ବିଶ୍ୱରଂଜନ ସାମନ୍ତରାୟ,ଡ଼. ରଞ୍ଜନ ପ୍ରଧାନ, ବଦ୍ୟନାଥ ବେହେରା, ତ୍ରୀନାଥ ସାହୁ, ସୁଜିତ ବେହେରା, ସଞ୍ଜୟ ପାତ୍ର, ପ୍ରମୁଖ ପ୍ରେସ କ୍ଲବ ଠାରୁ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସ୍ଲୋଗାନ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ ସାହୁଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଏଲିଏନ୍ ମହିଳାଙ୍କୁ ବଳାତ୍କାର କରୁଛି ,ଅନେକ ଗର୍ଭବତୀ; ଆଶ୍ଚର୍ଯ୍ୟ ହେଲେବି ସତ...

Sat Apr 9 , 2022
ସମୟ ସମୟରେ ଏଲିଏନ୍ ଅର୍ଥାତ୍ UFO ବିଷୟରେ ଅନେକ ରିପୋର୍ଟ ଆସୁଛି | ଅନେକ ଅଭିଯୋଗ କରିଛନ୍ତି ଯେ UFO ମାନବଙ୍କ ସହ ଶାରୀରିକ ସମ୍ପର୍କ ରଖିଛି ଏବଂ ଅନେକ ମହିଳାଙ୍କୁ ଗର୍ଭବତୀ କରିଛି | ‘ଦି ସନ୍’ର ଏକ ରିପୋର୍ଟ ଅନୁଯାୟୀ, ପ୍ରତିରକ୍ଷା ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ପେଣ୍ଟାଗନ୍‌ରେ ଦାଖଲ ହୋଇଥିବା ଦଲିଲରେ ଏଭଳି ଦାବି କରାଯାଇଥିଲା। ‘ମାନବ ଏବଂ ଜୈବିକ ଟିସୁ ଉପରେ ଅନୋମାଲ୍ ଆକ୍ୟୁଟ୍ ଏବଂ […]

You May Like

Pin It on Pinterest