ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୮ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆଜି ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି କି,ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୧୦ ତାରିଖ ରବିବାର ଅପରାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଂଜାମ, କନ୍ଧମାଳ, ନବରଙ୍ଗପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା/ ବଜ୍ରପାତ ହେବାର ସମ୍ଭାବନା ରହିଛି ।

ଜାରି କରାଯାଇଥିବା ସତର୍କ ସୂଚନା ଅନୁଯାୟୀ ଏହି ସମୟ ମଧ୍ୟରେ ରାଜ୍ୟର କେନ୍ଦୁଝର, ମୟୂରଭଂଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ଗଜପତି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ସହ ଝଡ଼ବର୍ଷା ଜନିତ କାଳବୈଶାଖୀ ହେବାର ସମ୍ଭାବନା ରହଥିବାରୁ ଏହି ୮ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ବର୍ଷା/ ବଜ୍ରପାତର ସମ୍ଭାବନା ସହିତ ଆକାଶ ଆଂଶିକ ମେଘୁଆ ରହିବ। ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ଯଥାକ୍ରମେ ପ୍ରାୟ ୩୭ ଓ ୨୫ ଡିଗ୍ରି ସେଲସିୟସ ରହିବାର ସମ୍ଭାବନା ଅଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ସାମ୍ବାଦିକଙ୍କୁ ମାଡ଼ ମାରି ମେଡିକାଲ୍ ରେ ଗୋଡ଼ରେ ବେଡ଼ି ପକାଇ ରଖିବା ପ୍ରତିବାଦରେ ଓଡ଼ିଶା ୱେବ୍ ଆଣ୍ଡ ଡିଜିଟାଲ ମିଡ଼ିଆ ସଙ୍ଘର ଡିଜି ଅଫିସ୍ ଘେରାଉ ...

Sat Apr 9 , 2022
କଟକ:(ନି.ପ୍ର) ୦୯/୦୪-ଆଜି ଓଡ଼ିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମୁଲ୍ୟ କୁମାର ଜେନା ଙ୍କ ନେତୃତ୍ୱ ରେ ଏକ 15ଜଣିଆ ପ୍ରତିନିଧି ମଣ୍ଡଳୀ କଟକ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ପହଁଞ୍ଚି ପୋଲିସ ମହା ନିର୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି | ଯେଉଁଥିରେ ବାଲେଶ୍ୱର ନୀଳଗିରି ର କର୍ତ୍ତବ୍ୟ ରତ କନକ ନ୍ୟୁଜ ସାମ୍ବାଦିକ ଙ୍କ ଉପରେ ନୀଳଗିରି IIC […]

You May Like

Pin It on Pinterest