ସାମ୍ବାଦିକଙ୍କୁ ମାଡ଼ ମାରି ମେଡିକାଲ୍ ରେ ଗୋଡ଼ରେ ବେଡ଼ି ପକାଇ ରଖିବା ପ୍ରତିବାଦରେ ଓଡ଼ିଶା ୱେବ୍ ଆଣ୍ଡ ଡିଜିଟାଲ ମିଡ଼ିଆ ସଙ୍ଘର ଡିଜି ଅଫିସ୍ ଘେରାଉ …

କଟକ:(ନି.ପ୍ର) ୦୯/୦୪-ଆଜି ଓଡ଼ିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମୁଲ୍ୟ କୁମାର ଜେନା ଙ୍କ ନେତୃତ୍ୱ ରେ ଏକ 15ଜଣିଆ ପ୍ରତିନିଧି ମଣ୍ଡଳୀ କଟକ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ ପହଁଞ୍ଚି ପୋଲିସ ମହା ନିର୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି |

ଯେଉଁଥିରେ ବାଲେଶ୍ୱର ନୀଳଗିରି ର କର୍ତ୍ତବ୍ୟ ରତ କନକ ନ୍ୟୁଜ ସାମ୍ବାଦିକ ଙ୍କ ଉପରେ ନୀଳଗିରି IIC ଙ୍କ ବର୍ବର କାର୍ଯ୍ୟ ର ଦୃଢ ନିନ୍ଦା କରିବା ସହ ତାଙ୍କୁ ଚାକିରୀ ରୁ ବହିଷ୍କାର ତଥା ଏକ ନିରପେକ୍ଷ ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରିବା ସହ ସାତ ଦିନ ମଧ୍ୟରେ ଏହା କରା ନ ଗଲେ ଓଡିଶା ୱେବ ମିଡ଼ିଆ ସଙ୍ଘ ରାଜରାସ୍ତା କୁ ଓଲ୍ହାଇଵ ବୋଲି ଚେତାବନୀ ଦେଇଛନ୍ତି |

ଆଜିର ଏହି ଦାବିପତ୍ର ଦେବା ସମୟରେ ଓଡିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ ର ରାଜ୍ୟ ସଭାପତି ଅମୁଲ୍ୟ ଜେନା, ରାଜ୍ୟ ସମ୍ପାଦକ ସଞ୍ଜୟ ଶତପଥି, ସଂଯୋଜକ ଶ୍ରୀମନ୍ତ ପଣ୍ଡା, କଟକ ଜିଲ୍ଲା ସଭାପତି ଅମୁଲ୍ୟ ବାରିକ, ବିସ୍ମୟ ମହାନ୍ତି, ରାଜେଶ ଧକସାମନ୍ତ, କମାଲ ଲୋଚନ, ସରୋଜ କୁମାର ନାୟକ, ଜଗନ୍ନାଥ ସାହୁ, ମୀରଜା ରିଜୁଆନ ବେଗ,କୁଳମଣି ଲେଙ୍କା, ତୁଷାର କାନ୍ତ ବେହେରା, ଚିତ୍ତ ରଞ୍ଜନ ସାହୁ, ଲୋଚନ ମୁଦୁଲି, ଓ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜର କ୍ଷବୋ ବ୍ୟକ୍ତ କରିଥିଲେ |

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଗିରଫକଲା ଭିଜିଲାନ୍ସ ...

Sat Apr 9 , 2022
ଭୁବନେଶ୍ୱର (ବାସ୍ତବବ୍ୟୁରୋ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଆଜି ଗିରଫକଲା ଭିଜିଲାନ୍ସ । ଦୁର୍ନୀତିକୁ ପ୍ରୋତ୍ସାହନ ଦେବା ତଥା ଟଙ୍କା ଲୁଚାଇବାରେ ସହଯୋଗ କରିବା ଅଭିଯୋଗରେ କଳ୍ପନାଙ୍କୁ ଗିରଫ କରାଯାଇଛି। ଗତକାଲି କଳ୍ପନାଙ୍କୁ ଜେରା ବେଳ ଜଣା ପଡିଥିଲା ଯେ, ସେ ଭୁବନେଶ୍ୱର ସାଲିଆ ସାହିରେ ରହୁଥିବା ତାଙ୍କ ଭଉଣୀ ଘରେ ଟଙ୍କା ଓ ସୁନା […]

You May Like

Pin It on Pinterest