
ଅଭୟ ସାହୁ(ମାହାଙ୍ଗା):୧୧/୦୪-ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୁପ୍ତଗଙ୍ଗା ଜରୀଆ ନଦୀ କୂଳରେ ଅବସ୍ଥିତ ସିରିଡ଼ି ସାଈ ବାବା ମନ୍ଦିରର ମହାସମାରୋହରେ ଅନୁଷ୍ଠିତ ହୋଇଛି ବାର୍ଷିକ ଉତ୍ସବ ।
ଏହି ଉତ୍ସବରେ ବାବାଙ୍କ ଏହି ଉତ୍ସବରେ ବାବାଙ୍କ କରୁଣା ଲାଭ ପାଇଁ ହଜାର ହଜାର ସାଇପ୍ରେମୀ ଏକାଠି ହୋଇଥିଲେ । ପ୍ରତିବର୍ଷ “ସାଇ ପ୍ରଶାନ୍ତି ଟେମ୍ପୁଲ ଟ୍ରଷ୍ଟ” ମାହାଙ୍ଗା ପକ୍ଷରୁ ତିନି ଦିନ ଧରି ଚାଲିଥିବା ଏହି ମାହୋତ୍ସବରେ,ପବିତ୍ର ଶ୍ରୀରାମ ନବମୀ ତିଥିରେ ବାବାଙ୍କ ପାଲିଙ୍କି ଶୋଭାଯାତ୍ରା ତଥା ଚଭାଡ଼ି ଯାତ୍ରା,କଳସ ଯାତ୍ରା, ଯଜ୍ଞ,ହରିହାଟ ଏବଂ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା ।
ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନା ଉତ୍ସବ ସ୍ଥଳୀରେ ପହଂଚି ଶ୍ରୀ ସାଇଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ । କଟକ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଉତ୍ସବ ସ୍ଥଳୀରେ ପହଂଚି ପୂଜାର୍ଚ୍ଚନା କରିବା ଦେଖିବାକୁ ମିଳିଥିଲା ।