
ଦେବକାନ୍ତ ମହାନ୍ତି(ଚାନ୍ଦବାଲି)୧୧-୪-୨୦୨୨-ମାନସ ସ୍ବାଇଁ ହତ୍ୟା ଘଟଣାରେ ମୋଟ ୮ ଜଣ ଗିରଫ ହେବା ପରେ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇ ପାରିନାହିଁ। ଗୋଟି ଗୋଟି କରି ଚାନ୍ଦବାଲି ପୋଲିସ ୬ ଜଣଙ୍କୁ ଗିରଫ କରିବା ପରେ କ୍ରାଇମବ୍ରାଞ୍ଚ ଆଉ ୨ ଅଭିଯୁକ୍ତଙ୍କୁ ଗିରଫ ପାଇଁ ହାତକୁ ନେଇ ଶର୍ମିଷ୍ଠା ରାଉତ ଏବଂ ଝୁନା ଭୋଇକୁ ଗିରଫ କରିଥିଲା। ଏହି ଘଟଣାର ମୋଟ୍ ୮ଜଣ ଗିରଫ ହୋଇ ସାରିଛନ୍ତି।
ଗତ ମାର୍ଚ୍ଚ ମାସ ୨୯ତାରିଖରେ କ୍ରାଇମବ୍ରାଞ୍ଚ ନିରଞ୍ଜନ ସେଠୀ, ରଞ୍ଜନ ନାୟକ, ଶର୍ମିଷ୍ଠା ରାଉତ ଏବଂ ଝୁନା ଭୋଇ କୁ ଚାନ୍ଦବାଲି କୋର୍ଟରେ ହାଜର ପରେ ପ୍ରଥମ ପର୍ଯ୍ୟାୟରେ ୫ଦିନିଆ ରିମାଣ୍ଡରେ ଶର୍ମିଷ୍ଠା ଓ ଝୁନାକୁ କ୍ରାଇମବ୍ରାଞ୍ଚ ଟିମ୍ ଜେରା ପରେ ପୁଣି ଦ୍ଵିତୀୟ ପର୍ଯ୍ୟାୟରେ ୩ତାରିଖରେ ପୁନର୍ବାର ରିମାଣ୍ଡରେ ନେଇଥିଲେ।
୭ତାରିଖରେ ପୁନଶ୍ଚ ରିମାଣ୍ଡ ଅବଧି ଶେଷରେ ଭଦ୍ରକ ସଵ୍ ଜେଲକୁ ପଠାଇ ଦିଆ ଯାଇଥିଲା। ୧୧ ତାରିଖ ଆଜିଅଭିଯୁକ୍ତମାନେ ଶୁଣାଣି ପାଇଁ ଚାନ୍ଦବାଲି ଜେ ଏମ ଏଫ ସି କୋର୍ଟକୁ ଆସିବାର ଥିଲା ,ହେଲେ ଆଜି ଭିଡିଓ କନ୍ଫରେନ୍ସ ମାଧ୍ୟମରେ କାର୍ଯ୍ୟ ହେଲା।ପରବର୍ତ୍ତୀ ତାରିଖ ଚଳିତ ଅପ୍ରେଲ ମାସ ୨୨ତାରିଖକୁ ଧାର୍ଯ୍ୟ କରାଯାଇଛି ।