୧-ବିଶ୍ୱସ୍ତରୀୟ ହେବ କଟକ SCB ମେଡିକାଲ, ମାର୍ଚ୍ଚ ପହିଲାରୁ ନବକଳେବର କାମ ଆରମ୍ଭ।
୨-CAA, NRCକୁ ନେଇ ଥମୁନି ଆନ୍ଦୋଳନ, ଆଜିଠାରୁ ସାତ ଦିନ ଯାଏ ଆରମ୍ଭ ହେବ ରାଜ୍ୟବ୍ୟାପୀ ପ୍ରତିବାଦ।
୩-ଆଜି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ।
୪-ରାଜ୍ୟପାଳ ମେଡ଼ାଲ ପାଇଁ ମନୋନୀତ ହେଲେ ୧୪ ପୋଲିସ କର୍ମଚାରୀ।
୫-ବେରୋଜଗାରୀକୁ ନେଇ ଆକ୍ସନ ମୋଡ଼ରେ ମୋଦୀ ସରକାର, ଖାଲି ପଦରେ ନିଯୁକ୍ତି ଦେବାକୁ ସବୁ ମନ୍ତ୍ରଣାଳୟ ଓ ବିଭାଗକୁ ଦେଲେ ନିର୍ଦ୍ଦେଶ।
୬-Board ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ କାଲକୁଲେଟର ବ୍ୟବହାର ଲାଗି ମିଳିଲା CBSEଙ୍କ ଅନୁମତି ।
୭-ତାଳଦଣ୍ଡା କେନାଲ ପୋଲ ନିର୍ମାଣ ଦୁର୍ନୀତି: ଠିକାଦାରଙ୍କ ସମେତ ୬ ଯନ୍ତ୍ରୀଙ୍କ ଜାମିନ ଆବେଦନ ଖାରଜ କଲେ କୋର୍ଟ, ଖସିଯିବା ପାଇଁ ଜୋରଦାର ପ୍ରୟାସ।
୮-କଟକ: ମଙ୍ଗୁଳିରୁ ଅପମିଶ୍ରିତ ତେଲ ଗୋଦାମ ଠାବ, ୫ କୋଟି ଟଙ୍କାର ତେଲ ଓ ଯନ୍ତ୍ରାଂଶ ଜବତ।
୯-କାଶ୍ମୀର ପାଇଁ ସରକାର ଖୋଲିଲେ ପେଡ଼ି, ୮୦ ହଜାର କୋଟିର ପ୍ୟାକେଜ୍ ଘୋଷଣା।
୧୦-ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବ ରୁକୁଣା ରଥ: ଦେଶ ଦେଖିବ ଓଡିଶାର କଳା, ସଂସ୍କୃତି ଓ ପରମ୍ପରାର ଝଲକ।
୧୧-ଫେବୃଆରୀ ୬ରୁ ସର୍ବକ୍ଷମା ମନା, ଏଣିକି ଭଙ୍ଗା ହେବ ବେଆଇନ୍ ନିର୍ମାଣ: ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ।
୧୨-ବହୁ ଦିନର ପ୍ରତୀକ୍ଷା ପରେ ଶେଷରେ WhatsApp ଲଞ୍ଚ୍ କରିଛି ଡାର୍କ ମୋଡ୍ ଫିଚର।
୧୩-ଜୁଲାଇ ପହିଲାରୁ ଭୁବନେଶ୍ୱରରୁ ପ୍ରୟାଗରାଜକୁ ଆରମ୍ଭ ହେବ ସିଧାସଳଖ ବିମାନ ସେବା।