ଲୋକସେବା ଭବନରୁ କରୋନା କଟକଣା ହଟାଇବାକୁ ନିଷ୍ପତ୍ତି ନେଲେ ସରକାର…

ଭୁବନେଶ୍ୱର, ୧୨।୪: ଲୋକସେବା ଭବନରୁ କରୋନା କଟକଣା ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ଗୃହ ବିଭାଗ ପକ୍ଷରୁ ଏ ନେଇ ସୂଚନା ଜାରି କରାଯାଇଛି । ଏହା ସହିତ ଖାରବେଳ ଭବନ ଏବଂ ରାଜୀବ ଭବନରୁ ମଧ୍ୟ କୋଭିଡ କଟକଣା ହଟାଇ ଦିଆଯାଇଛି ।

କରୋନା ଯୋଗୁଁ ପ୍ରାୟ ଦୁଇ ବର୍ଷ ହେବ କରୋନା ପାଇଁ ଲୋକସେବା ଭବନକୁ ଯିବାରେ ରାଜ୍ୟ ସରକାର କଟକଣା ଲାଗୁ କରିଥିଲେ ।ଏପରିକି ସାମ୍ୱାଦିକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଲାଗୁ କରାଯାଇଥିଲା । ଯାହାକୁ ନେଇ ବିରୋଧୀ ଏବଂ ବୁଦ୍ଧିଜୀବୀଙ୍କ କଡା ସମାଲୋଚନାର ଶିକାର ହୋଇଥିଲେ ରାଜ୍ୟ ସରକାର। ଅନ୍ୟପଟେ ଏବେ କରୋନା ମାମଲା ହ୍ରାସ ହେବା ସହ ସ୍ଥିତି ପୂର୍ବାବସ୍ଥାକୁ ଫେରିବାରେ ଲାଗିଛି। ଏହାକୁ ନଜରରେ ରାଜ୍ୟ ସରକାର କଟକଣାକୁ ହଟାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡିଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଦିନ ଦ୍ୱିପହରରେ ବିଧାୟକଙ୍କ ଗାଡ଼ି ଅଟକାଇ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Tue Apr 12 , 2022
ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କ ଗାଡ଼ିକୁ ମଝି ରାସ୍ତାରେ ଅଟକାଇ ଗାଡ଼ି ଚାଳକ ଓ ସୁରକ୍ଷାକର୍ମୀଙ୍କୁ ଦିନ ଦ୍ୱିପହରରେ ଆକ୍ରମଣ କରିବା ଘଟଣାକୁ ନିନ୍ଦା କରିଛନ୍ତି। ଟ୍ୱିଟ୍ କରି କେନ୍ଦିରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ଆକ୍ରୋଶ ରଖି ହେଉଥିବା ଆକ୍ରମଣରୁ ସ୍ପଷ୍ଟ ମନେ ହେଉଛି ଯେ ଆଇନଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ରାଜ୍ୟ ସରକାରଙ୍କ ହାତରୁ ଖସିବାକୁ ଯାଉଛି, ଯାହା […]

You May Like

Pin It on Pinterest