ସୁବର୍ଣ୍ଣପୁରର ଗୌରବମୟ କଳା ଓ ହସ୍ତ ଶିଳ୍ପର ଉତ୍ତରାଧିକାରୀ ସୁବର୍ଣ୍ଣଶ୍ରୀ-ସୋନପୁର ଉତ୍କୃଷ୍ଟ କଳା କାରିଗରୀର ପ୍ରତିବିମ୍ବ…

ସୁବର୍ଣ୍ଣପୁର(ନମୋ ଗୁରୁ) : ୧୩ /0୪/୨୨-ସୁବର୍ଣ୍ଣ ସହର ସୋନପୁର ଭାରତର ଦ୍ଵିତୀୟ ବାରଣାସୀ ନାମରେ ବିଖ୍ୟାତ l ବର୍ତ୍ତମାନ ଏହାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, କଳା, ହସ୍ତ ଶିଳ୍ପକୁ ଉତ୍ପାଦକ ସଂସ୍ଥା ସୁବର୍ଣ୍ଣଶ୍ରୀ ମାଧ୍ୟମରେ ପ୍ରତିଫଳିତ କରୁଛି l ଦେବୀ ମାଁ ସୁରେଶ୍ୱରୀ ଓ ବାବା ସୁବର୍ଣ୍ଣମେରୁ ଙ୍କ ଆଶୀର୍ବାଦ ପ୍ରାପ୍ତ ସୁବର୍ଣ୍ଣପୁର ଭୂଖଣ୍ଡ ଏହାର ହସ୍ତତନ୍ତ ବସ୍ତ୍ର, ଟେରାକୋଟା, କଂସା ପିତଳ କଳାକୃତି, ବାଉଁଶ, ଧାନ ହସ୍ତଶୀଳ୍ପ ଏବଂ ସନ୍ଥ କବି ଭୀମଭୋଇଙ୍କ ମହିମା ଧର୍ମ ପାଇଁ ବିଖ୍ୟାତ l

ସୁବର୍ଣ୍ଣପୁରର ମିଶନ ଶକ୍ତି ଗୋଷ୍ଠୀ ମାନଙ୍କର ନିର୍ଦେଶକ ମଣ୍ଡଳୀ ହିସାବରେ ସୁବର୍ଣ୍ଣଶ୍ରୀ ବର୍ତ୍ତମାନ ସିଧାସଳଖ କୁଶଳୀ ବୁଣାକାର ଓ ଗ୍ରାମୀଣ କାରିଗର ମାନଙ୍କ ଉତ୍ପାଦିତ ଦ୍ରବ୍ୟ କ୍ରୟ କରି ତାହାର ଆଉଟଲେଟ ମାଧ୍ୟମରେ ପ୍ରଦର୍ଶନ ପୂର୍ବକ ଗ୍ରାହକ ମାନଙ୍କୁ ସୁଲଭ ମୂଲ୍ୟରେ ଯୋଗାଇବାର ଲକ୍ଷ୍ୟ ରଖିଛି l ଏହି ମହତ ଊଦ୍ଦେଶ୍ୟ ନେଇ ଆଜି ତା ୧୩ /0୪/୨୨ ଦିନ ସୋନପୁର ବ୍ଲକ ଛକ ଠାରେ ସୁବର୍ଣ୍ଣଶ୍ରୀ ର ବିପଣନ କେନ୍ଦ୍ର କୁ ଓଡ଼ିଶାର ମାନ୍ୟବର ମନ୍ତ୍ରୀ ଅର୍ଥ ଓ ଅବକାରୀ ବିଭାଗ, ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ, ମାନ୍ୟବର ମନ୍ତ୍ରୀ ଯୋଜନା ଓ ସମନ୍ୱୟ, ବାଣିଜ୍ୟ ଓ ପରିବହନ ବିଭାଗ, ଶ୍ରୀଯୁକ୍ତ ପଦ୍ମନାଭ ବେହେରା, ମାନ୍ୟବର ମନ୍ତ୍ରୀ ହସ୍ତତନ୍ତ, ବୟନ ଓ କାରିଗରୀ ବିଭାଗ, ଶ୍ରୀମତୀ ପଦ୍ମିନୀ ଦିଆନ, ହସ୍ତତନ୍ତ,ବୟନ ଓ କାରିଗରୀ ବିଭାଗ ଆୟୁକ୍ତ ତଥା ସଚିବ ଶ୍ରୀମତୀ ଶୁଭା ଶର୍ମା, ଭା. ପ୍ର. ସେ., ଜିଲ୍ଲାପାଳ ସୁବର୍ଣ୍ଣପୁର, ଶ୍ରୀମତୀ ଅଵୋଲୀ ସୁନିଲ ନରୱଣେ, ଭା.ପ୍ର. ସେ. ପ୍ରମୁଖ ଉଦଘାଟନ କରିଛନ୍ତି l

ସୁବର୍ଣ୍ଣପୁର ର ଏହି ଗୌରବମୟ କଳା ଓ ହସ୍ତ ଶିଳ୍ପର ଉତ୍ତରାଧିକାରୀ ହିସାବରେ ସୁବର୍ଣ୍ଣଶ୍ରୀ ଏହାର ଉତ୍ତମ ମାନର ଉତ୍ପାଦ ଗୁଡିକ ପାଇଁ କଷଟି ପଥରରେ ପରୀକ୍ଷିତ l ଏହା ଜିଲ୍ଲାର ମହିଳା ମାନଙ୍କର କାରିଗରୀ ଗୋଷ୍ଠୀ ଙ୍କୁ ନେଇ ଗଠିତ ଯେଉଁଠାରେ ବମକାଇ, ବାନ୍ଧ ଶାଢ଼ୀ, ଟେରାକୋଟା ସାମଗ୍ରୀ ଇତ୍ୟାଦି ଓଡ଼ିଶାର ବିଖ୍ୟାତ ହସ୍ତଶିଳ୍ପକୁ ରୁଦ୍ଧିମନ୍ତ କରିବା ସହ ଯୁଗପଯୋଗୀ କରି ବର୍ତ୍ତମାନର ଗ୍ରାହକ ମାନଙ୍କୁ ଯୋଗାଇ ଦେଉଛି l

ଓରମାସ ଏବଂ ମିଶନଶକ୍ତି ରୁ ଆର୍ଥିକ ଅନୁଦାନ ଓ ଅନ୍ୟାନ୍ୟ ସହାୟତା ପ୍ରାପ୍ତ ହୋଇ ସୁବର୍ଣ୍ଣଶ୍ରୀ ଏହି ସବୁ ଉତ୍ପାଦର ଗୁଣବତ୍ତା ନିୟନ୍ତ୍ରଣ ସହ କ୍ରୟ, ପେକେଜିଙ୍ଗ, ବିପଣନ କ୍ଷେତ୍ରରେ ଏକ ନୂତନ ଦିଶା ପ୍ରଦାନର ଲକ୍ଷ୍ୟ ରଖିଛି lଏହି ଆତ୍ମ ନିର୍ଭରଶୀଳ ମହିଳା ମାନଙ୍କର ବିକାଶ ପର୍ବରେ ନିଜକୁ ସାମିଲ କରିବା ଏବଂ ଏଠାକାର ଉଚ୍ଚ ମାନର ଉତ୍ପାଦଗୁଡିକ ନିଜର ତଥା ପରିବାରର ବ୍ୟବହାର ନିମନ୍ତେ କ୍ରୟ କରି ଏମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଛି l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆଲିଆଙ୍କ ମେହେନ୍ଦି ଫଙ୍କସନ୍ ରେ କାହିଁକି କାନ୍ଦିଲେ କରନ୍ ଜୋହର...

Thu Apr 14 , 2022
ଆଲିଆ ଭଟ୍ଟ ଏବଂ ରନବୀର କପୁରରଙ୍କ ବିବାହ କାର୍ଯ୍ୟକ୍ରମର ରୀତିନୀତି ବୁଧବାର (ଏପ୍ରିଲ୍ ୧୩ ) ରୁ ଆରମ୍ଭ ହୋଇଛି | ବଲିଉଡର ଏହି ଲୋକପ୍ରିୟ ଯୋଡି ପାଲି ହିଲରେ ଅବସ୍ଥିତ ବାସ୍ତୁ ଆପାର୍ଟମେଣ୍ଟରେ ବିବାହ ବନ୍ଧନରେ ବାନ୍ଧି ହେବେ | ଏପ୍ରିଲ୍ ୧୩ ରେ, ଆଲିଆ ଭଟ୍ଟଙ୍କ ମେହେନ୍ଦି ସେରମନି ଆୟୋଜନ କରାଯାଇଥିଲା | ଏହି ଫଙ୍କସନ୍ ରେ ପରିବାର ଲୋକଙ୍କ ସହ କିଛି ଖାସ ସାଙ୍ଗମାନେ ସାମିଲ […]

You May Like

Pin It on Pinterest