ନିଜ ପାପ ଲୁଚାଇବାକୁ ଯାଇଁ ଶଶୁରକୁ ସାବଳରେ ଭୁସି ବୀଭତ୍ସ ଭାବେ ହତ୍ୟା କଲା ବୋହୁ…

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲାର ରେମୁଣା ଥାନା ଅନ୍ତର୍ଗତ ବଡ଼ପାଳ ପଞ୍ଚାୟତ କାକବାରାଇ ଗ୍ରାମରେ ଜଣେ ୭୫ ବୟସ ବୃଦ୍ଧଙ୍କୁ ବୀଭତ୍ସ ଭାବେ ହତ୍ୟା କଲା ବୋହୁ । ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁଷି ହତ୍ୟା କରାଯାଇଥିବା ଜଣାଯାଇଛି। ବୃଦ୍ଧଜଣକ ଗତକାଲି ରାତିରେ ଘରେ ଶୋଇଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛି। ବୃଦ୍ଧଙ୍କ ଆଖିରେ ଗଭୀର କ୍ଷତ ହୋଇଛି। ମୃତଦେହକୁ ଦେଖିଲା ପରେ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ମୃତକଙ୍କ ପରିବାର ପକ୍ଷରୁ ରେମୁଣା ଥାନାକୁ ଖବର ଦିଆଯିବା ପରେ ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସୂଚନା ଅନୁଯାଇ,ମୃତକ ହେଲେ ରଘୁନାଥ ଜେନା। ତାଙ୍କର ବୟସ ୭୫। ରଘୁନାଥ ଜେନାଙ୍କ ଦୁଇ ପୁଅ ,ବଡ଼ ପୁଅ ଓ ବୋହୂ ବାହାରେ ରୁହନ୍ତି । ସାନପୁଅ ଓ ସାନ ବୋହୂ ଗାଁରେ ରହନ୍ତି। ସାଧାରଣରେ ଚର୍ଚ୍ଚା ହେଉଛି ଯେ ସାନ ବୋହୂ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିଲା, ଯାହା ସଂପର୍କରେ ଜାଣିବା ପରେ, ଶ୍ବଶୁର ରଘୁନାଥ ଜେନା ବଡ ପୁଅ ବୋହୁଙ୍କୁ ଡ଼କାଇଥିଲେ । ବଡ଼ପୁଅ ଆସିଲେ ସବୁକଥା ପଡିବ ବୋଲି ସାନ ବୋହୂକୁ ଧମକ ଦେଇଥିଲେ। ଆଜି ବଡ଼ପୁଅ ଘରକୁ ଆସିଥାନ୍ତେ। କିନ୍ତୁ ତା’ପୂର୍ବରୁ ସାନ ବୋହୂ ରାତିରେ ଶାବଳରେ ଭୁଷି ହତ୍ୟା କରିଥିବା କୁହାଯାଉଛି।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ବୈତରଣୀ ନଦୀର ଗେମନ୍ ବ୍ରିଜ୍ ରୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା...

Thu Apr 14 , 2022
ଦେବକାନ୍ତ ମହାନ୍ତି (ଚାନ୍ଦବାଲି) ୧୪-୪-୨୦୨୨)ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ପୁଣି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛନ୍ତି । ବ୍ରିଜ ଉପରୁ ନଦୀ ମଧକୁ ୧ଶହ ଫୁଟ ତଳକୁ ଡେଇଁ ନଦୀ ର ପ୍ରଖର ସ୍ରୋତ ମଧ୍ୟମରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ […]

You May Like

Pin It on Pinterest