ପଣା ସଂକ୍ରାନ୍ତି ଅବସରରେ ମା’ ନାରାୟଣୀଙ୍କ ଯାତ୍ରା ପାଇଁ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା…

ଫୁଲବାଣୀ ୧୪/୦୪: ପଣା ସଂକ୍ରାନ୍ତି ଅବସରରେ, ଫୁଲବାଣୀର ପ୍ରସିଦ୍ଧ ମା’ ନାରାୟଣୀଙ୍କ ଯାତ୍ରା ପାଇଁ ଯାତ୍ରା ପଡିଆରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଗଲା ।ଆଜି ସକାଳ ୭ଟାରେ କମିଟି ସଦସ୍ୟ ଓ ଭକ୍ତ ମାନେ ମିଶି ଫୁଲବାଣୀ ସହରର ର ଏଫ୍. ସି. ଆଇ ନିକଟରୁ ଜଣେ ଭକ୍ତଙ୍କ ବାଡି ରଥିବା ବାଉଁଶକୁ ପୂଜାର୍ଚନା କରିବା ପରେ ଅଣା ଯାଇ ଯାତ୍ରା ପଡିଆ ଠାରେ ଶୁଭଖୁଣ୍ଟିକୁ ପ୍ରତିଷ୍ଠା କରାଯାଇଛି ।

ସୂଚନା ଅନୁସାରେ,ଉପଜିଲାପାଳ ଶେଷ ଦେବ ମିଶ୍ର, ଯାତ୍ରାକମିଟି ସଭାପତି ପି .ସୁଧାଂଶୁ ସେନାପତି, ପୋୖରାଧ୍ୟାକ୍ଷା ସ୍ମିତା ମହାନ୍ତି, ଉପସଭାପତି ସୁଜିତ ବେହେରାଙ୍କ ସମେତ ସମସ୍ତ କର୍ମକର୍ତା, କାଉନସିଲର, ପ୍ରମୁଖଙ୍କ ଉପସ୍ଥିତରେ ଏହି କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା । ଦୁଇ ବର୍ଷ ହେଲା କରୋନା କଟକଣା ପାଇଁ ଯାତ୍ରା ହୋଇପାରିନଥିଲା l ସରକାର ଚଳିତ ବର୍ଷ କରୋନା କଟକଣା ଉଠାଇ ଦେଇଥିବାରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ମୁଁ ଇସ୍ତଫା ଦେଇଛି ।ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ - ନିରଞ୍ଜନ ପଟ୍ଟନାୟକ

Thu Apr 14 , 2022
ପ୍ରମୋଦ ନାୟକ(ଭୁବନେଶ୍ୱର) ୧୪।୦୪ :ମୁଁ ବହୁତ ଆଗରୁ ଇସ୍ତଫା ଦେଇସାରିଛି । ଏବେ ନିଷ୍ଟତ୍ତି ହାଇକମାଣ୍ଡଙ୍କ ପାଖରେ ।ରାଜ୍ୟ ପିସିସି ସଭାପତି ପରିବର୍ତ୍ତନ ନେଇ ଏପରି କିଛି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ମୁଁ ଇସ୍ତଫା ଦେଇଛି ।ଇସ୍ତଫା ପତ୍ର ସାର୍ବଜନୀନ କରିବାର ଆବଶ୍ୟକ ନାହିଁ । ଏହା ଆମ ଦଳର ଆଭ୍ୟନ୍ତରୀଣ […]

You May Like

Pin It on Pinterest