‘ଶିକ୍ଷା ଅଭିଯାନ ସଚେତନ ରଥ’ଆସ ଆମେ ସ୍କୁଲ ଯିବା କଣ୍ଟାବାଞ୍ଜିରେ ପହଁଚିଲା…

କଣ୍ଟାବାଞ୍ଜି, ୧୫/୦୪: ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ‘ଶିକ୍ଷା ଅଭିଯାନ ସଚେତନ ରଥ’ଆସ ଆମେ ସ୍କୁଲ ଯିବା କଣ୍ଟାବାଞ୍ଜିରେ ପହଁଚିଛି । “ଆସ ଆମେ ସ୍କୁଲ ଯିବା” ର ଏହି କାର୍ଯ୍ୟକ୍ରମକୁ କଣ୍ଟାବାଞ୍ଜି ଏନଏସି ନଗରପାଳ ବରିୟାମ ସିଂ ସାଲୁଜା ଶୁଭାରମ୍ଭ କରିଛନ୍ତି ।

ଏହି ରଥ କଣ୍ଟାବାଞ୍ଜି ଏନଏସିର ବିଭିନ୍ନ ୱାର୍ଡ ପରିକ୍ରମା କରି ଏହି ରଥ ମାଧ୍ୟମରେ, ଲୋକଙ୍କ ଶିକ୍ଷା ଉପରେ ସଚେତନତା ସୃଷ୍ଟି କରିବାର ମୂଳ ଲକ୍ଷ ରଖି ସରକାର ଏହି ପଦକ୍ଷପ ନେଇଛନ୍ତି । ତୁରେକେଲା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଏହି ରଥ ବାହାରି କଣ୍ଟାବାଞ୍ଜି ପହଂଚିବା ପରେ ସିଆରସିସି ଦିନେଶ ମହାନନ୍ଦଙ୍କ ନେତୃତ୍ୟରେ ଅନ୍ୟ ଶିକ୍ଷକମାନେ ସ୍ୱାଗତ କରିଥିଲେ ।

କୋଭିଡ କଟକଣା ଯୋଗୁ ପ୍ରାୟ ୨ ବର୍ଷ ସ୍କୁଲ ସବୁ ବନ୍ଦ ରହିଥିଲା । ଏବେ ସ୍କୁଲ ଖୋଲିବା ପରେ କିଛି ଛାତ୍ରଛାତ୍ରୀ ସ୍କୁଲ ଆସିବାକୁ ଅମଙ୍ଗ ହେଉଛନ୍ତି ତେଣୁ ଏହି ସଚେତନତା ରଥ ମାଧ୍ୟମରେ ଛାତ୍ରଛାତ୍ରୀ ସହ ଅଭିଭାବକ ମାନଙ୍କୁ “ଆସ ଆମେ ସ୍କୁଲ ଯିବା” ନେଇ ସଚେତନ କରାଯାଉଛି । କଣ୍ଟାବାଞ୍ଜିରେ ଏହି ସଚେତନତା କାର୍ଯ୍ୟକ୍ରମରେ,ଏନଏସିର ଅଙ୍ଗନବାଡି କର୍ମୀ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ମଧ୍ୟ ନିଜ ନିଜ ୱାର୍ଡରେ ଏହି ସଚେତନତା ରଥକୁ ସହଯୋଗ କରିଥିଲେ । ତେବେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଯିବାକୁ ସଚେତନା କରନ୍ତୁ ବୋଲି ନଗରପାଲ ଶ୍ରୀ ସାଲୁଜା ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କୁଖ୍ୟାତ ଲୁଟେରା ରାଜା ମହାପାତ୍ରର ଘର ଭାଙ୍ଗିଲା କମିଶନରେଟ ପୋଲିସ୍...

Fri Apr 15 , 2022
.ପ୍ରମୋଦ ନାୟକ(ଭୁବନେଶ୍ୱର): କ୍ୟାପିଟାଲ୍ ଥାନା ୟୁନିଟ-୬ ପିଚୁକୋଳି ବସ୍ତିରେ ରହୁଥିବା କୁଖ୍ୟାତଅପରାଧୀ ନୟାଗଡ଼ର ରାଜେଶ ମହାପାତ୍ର ଘରଉପରେ ଚଢ଼ିଛି ବୁଲଡୋଜର।ଉତ୍ତରପ୍ରଦେଶ ଢାଂଚାରେ ଏବେ ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ଘରଉପରେ ଚାଲିବ ବୁଲଡୋଜର । ସରକାରୀ ଜମିଜବରଦଖଲ କରି ସେ କରିଥିବା ବେଆଇନ ଘରମାଟିରେ ମିଶିଛି । ସେହି ଘରୁ ମିଳିଛି ବନ୍ଧୁକ,ଖଣ୍ଡା, କାତି ଓ କତା ଭଳି ଅନେକ ମାରଣାସ୍ତ୍ର । କେବଳ ରାଜା ନୁହେଁ ସହରର ଅନ୍ୟ ଅଞ୍ଚଳରେରହୁଥିବା […]

You May Like

Pin It on Pinterest