୧୯ ନିର୍ବାଚନ ପାଇଁ ପ୍ରଥମ ଦଳ ଭାବେ କଂଗ୍ରେସ ପ୍ରକାଶ କଲା ପ୍ରାର୍ଥୀ ତାଲିକା । ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି-ସିଇସି, ଗୁଜରାଟ ଓ ଉତ୍ତରପ୍ରଦେଶର ୧୫ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଗୁଜରାଟର ୪ଟି ଓ ୟୁପିର ୧୧ଟି ଲୋକସଭା ଆସନ ଲାଗି ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । ଗୁଜରାଟ ପଶ୍ଚିମ ଅହମଦାବାଦରୁ ରାଜୁ ପରମାର, ଆନନ୍ଦରୁ ଭାରତସିଂ ଏମ ସୋଲାଙ୍କି, ବରୋଦାରୁ ପ୍ରଶାନ୍ତ ପଟେଲ, ଛୋଟ ଉଦୟପୁର ସଂରକ୍ଷିତ ଆସନରୁ ରଣଜିତ ମୋହନସିଂ ରାଠଓ୍ଵାଙ୍କ ନାଁରେ ମୋହର ମାରିଛି ଏଆଇସିସି । ସେହିପରି ୟୁପିର ଶାହରନପୁର ଇମ୍ରାନ ମାସୁଦ, ବଦାଉଁରୁ ସଲିମ ଇକବାଲ ସେରଓ୍ଵାନି, ଧଉରାହାରରୁ ଜିତିନ ପ୍ରସାଦ, ଉନ୍ନାଓରୁ ଅନୁ ଟଣ୍ଡନ, ରାଏବରେଲିରୁ ସୋନିଆ ଗାନ୍ଧୀ, ଆମେଥିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଫରୁକାବାଦରୁ ସଲମାନ ଖୁର୍ସିଦ, ଆକବରପୁରରୁ ରାଜରାମ ପାଲ, ଜଲାଉଁ ସଂରକ୍ଷିତ ଆସନରୁ ବ୍ରିଜଲାଲ୍ ଖବ୍ରି, ଫୈଜାବାଦରୁ ନିର୍ମଳ ଖତ୍ରି, ଖୁସି ନଗର ଆର ପି ଏନ ସିଂହଙ୍କ ନାଁ ଘୋଷଣା ହୋଇଛି ।
Next Post
ଓଡ଼ିଶାରେ ଏବେ ୪-୫ଜଣ ଅଫିସରଙ୍କ ଦ୍ୱାରା ଶାସନ ଚାଲିଛି : ରାହୁଲ
Fri Mar 8 , 2019
ଭୁବନେଶ୍ୱର : ଆଜି ଦିନକିଆ ଓଡ଼ିଶା ଗସ୍ତରେ ଆସି ଜୟପୁରରେ ପ୍ରଥମେ ମହିଳା ସମାବେଶ ଓ ପରେ ଚାଷୀ ସମାବେଶରେ ଯୋଗ ଦାନକରିଛନ୍ତି ରାହୁଲ । ତାହାଛଡ଼ା । କଂଗ୍ରେସ କ୍ଷମତାକୁ ଆସିଲେ ୧୦ଦିନ ମଧ୍ୟରେ ଓଡ଼ିଶାରେ ଋଣ ଛାଡ଼ ହେବ। ଛତିଶଗଡ଼ରେ ଧାନ କ୍ୱିଣ୍ଟାଲ ୨୫୦୦ ଟଙ୍କାରେ ମିଳୁଛି। କିନ୍ତୁ ଏଠି ମାତ୍ର ୧୬୦୦ଟଙ୍କା। କଂଗ୍ରେସ ରାଜ୍ୟରେ କ୍ଷମତାକୁ ଆସିଲେ ୨୬ ଶହ ଟଙ୍କାରୁ କମ୍ ଏମ୍ଏସ୍ପି ଦିଆଯିବ […]

You May Like
-
4 years ago
ବନ୍ଧୁକ ଦେଖାଇ ଝାମ୍ପିନେଲେ ସୁନା ଗହଣା ବ୍ୟାଗ୍…
-
4 years ago
ଆଜିର ଖାସ୍ ଖବର


