
.ପ୍ରମୋଦ ନାୟକ(ଭୁବନେଶ୍ୱର): କ୍ୟାପିଟାଲ୍ ଥାନା ୟୁନିଟ-୬ ପିଚୁକୋଳି ବସ୍ତିରେ ରହୁଥିବା କୁଖ୍ୟାତଅପରାଧୀ ନୟାଗଡ଼ର ରାଜେଶ ମହାପାତ୍ର ଘରଉପରେ ଚଢ଼ିଛି ବୁଲଡୋଜର।ଉତ୍ତରପ୍ରଦେଶ ଢାଂଚାରେ ଏବେ ରାଜଧାନୀ ଭୁବନେଶ୍ୱରରେ ଅପରାଧୀଙ୍କ ଘରଉପରେ ଚାଲିବ ବୁଲଡୋଜର । ସରକାରୀ ଜମିଜବରଦଖଲ କରି ସେ କରିଥିବା ବେଆଇନ ଘରମାଟିରେ ମିଶିଛି । ସେହି ଘରୁ ମିଳିଛି ବନ୍ଧୁକ,ଖଣ୍ଡା, କାତି ଓ କତା ଭଳି ଅନେକ ମାରଣାସ୍ତ୍ର ।
କେବଳ ରାଜା ନୁହେଁ ସହରର ଅନ୍ୟ ଅଞ୍ଚଳରେରହୁଥିବା ପେଶାଦାର ଅପରାଧୀଙ୍କ ଘର ଭଙ୍ଗାଯିବ ବୋଲି କମିଶନରେଟ୍ ପୁଲିସ୍ ଯୋଜନାକରିଛି । ଏନେଇ କମିଶନରେଟ ପୁଲିସ ପକ୍ଷରୁଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।ବାଇକ୍ ରାଇଡ ଗ୍ୟାଙ୍ଗର ମୁଖିଆ ଥିଲା ରଜେଶ।ମଟିଂ ୱାକ କରୁଥିବା ମହିଳାଙ୍କୁ ନକଲି ବନ୍ଧୁକଦେଖାଇ ସୁନାଚେନ୍, କାନଫୁଲ ଆଦି ଲୁଟୁଥିଲା ।
ତା’ଗ୍ୟାଙ୍ଗରେ ୧୦ରୁ ୧୫ ଜଣ ଲୁଟେରେ କାମ କରୁଥିଲେ।କ୍ୟାପିଗଲ, ଖାରବେଳନଗର, ନୟାପଲ୍ଲୀ, ଖଣ୍ଡଗିରିଥାନା ଅଞ୍ଚଳରେ ସେ ଅଧିକ ସକ୍ରିୟ ଥିଲା । ଅନେକଥର ଜେଲ ଯାଇଛି ଜେଲ ରୁ ଫେରିବା ପରେ ପୁଣି ଲୁଟ ଛିନଥାଇ କରୁଥିଲା, ରାଜେଶର ଘର ଭଙ୍ଗା କୁ ନେଇ ପିଚୁ କୋଲି ବସ୍ତିର ଲୋକ ପୋଲିସ କୁ ପ୍ରଶଂସା କରି ଛନ୍ତି ।



