ମାଆ ପାଟଣ ମଙ୍ଗଳା ପିଠିକୁ ଆଲୋକିକରଣ ବ୍ୟବସ୍ଥା ର ଉଦଘାଟନ କଲେ ଚାନ୍ଦବାଲି ବିଧାୟକ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି) ୧୫//୦୪//୨୦୨୨ ।ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡିଆ ନବବର୍ଷ ଅବସରରେ ଚାନ୍ଦବାଲି ବ୍ଲକର ଘଣ୍ଟେଶ୍ବର ଗୋପୀନାଥପୁର ପଞ୍ଚାୟତରେ ଆଲୋକିକରଣ ବ୍ୟବସ୍ଥାକୁ ଉଦଘାଟନ କଲେ ଚାନ୍ଦବାଲି ବିଧାୟକ ଡ଼ଃ ବ୍ୟାମକେଶ ରାୟ ।

ଉକ୍ତ ପଂଚାୟତର ହଳଦିଆ ଗ୍ରାମରୁ ପାଟଣ ମଙ୍ଗଳା ପୀଠକୁ ଯାଇଥିବା ରାସ୍ତାକୁ ଆଲୋକି କରଣ ବ୍ୟବସ୍ଥାକୁ ଉଦଘାଟନ କରିବା ସହ ମାଆ ମଙ୍ଗଳାଙ୍କ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିଥିଲେ। ଯୁବ ସରପଞ୍ଚ ବାପୁନ ବାରିକ ,ଜିଲ୍ଲା ପରିଷଦ ସଭ୍ୟ ଅମୂଲ୍ୟ ମାଝୀଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ । ଉକ୍ତ ରାସ୍ତାର ଆଲୋକିକରଣ ଫଳରେ ମାଆଙ୍କ ପୀଠକୁ ଯାତ୍ରୀମାନେ ଯିବାଆସିବାରେ ସୁବିଧା ହେବ ବୋଲି ବିଧାୟକ କହିଥିଲେ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଂଚଳରେ ଘଡ଼ିଘଡ଼ି ସହ ବର୍ଷା ହେବା ସମ୍ଭାବନା...

Sat Apr 16 , 2022
ଭୁବନେଶ୍ୱର, ୧୬/୦୪: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଂଚଳରେ ଘଡ଼ିଘଡ଼ି ସହ ବର୍ଷା ହେବା ସମ୍ଭାବନା। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁଯାଇ,ଦକ୍ଷିଣ ଉପକୂଳ ଓଡ଼ିଶାରେ ବର୍ଷା ହେବ। କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୨୪ ଘଣ୍ଟା ପରେ ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କନ୍ଧମାଳ, ଗଜପତି, ଗଞ୍ଜାମ ଜିଲ୍ଲାର […]

You May Like

Pin It on Pinterest