ବୈତରଣୀ ନଦୀର ଗେମନ୍ ବ୍ରିଜରୁ ଡେଇଁ ଆତ୍ମହତ୍ୟା କରିଥିବା ଯୁବତୀର ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ…

ଦେବକାନ୍ତ ମହାନ୍ତି(ଚାନ୍ଦବାଲି): ଚାନ୍ଦବାଲି ବୈତରଣୀ ନଦୀର ସୁଇସାଇଟ ଜୋନ ଭାବେ ପରିଚିତ ଚାନ୍ଦବାଲି ଗେମନ ବ୍ରିଜରେ ଗତକାଲି ଜଣେ ଯୁବତୀ ଡେଇଁ ଆତ୍ମହତ୍ୟା କରିଛଥିଲେ । ବ୍ରିଜ ଉପରୁ ନଦୀ ମଧକୁ ୧ଶହ ଫୁଟ ତଳକୁ ଡେଇଁ ଦନୀର ପ୍ରଖର ସ୍ରୋତ ମଧ୍ୟମରେ ଜଣେ ଯୁବତୀ ଭାସିଯିବାରୁ ସ୍ଥାନୀୟ ବାସୀ ଅଗ୍ନିଶମ ବିଭାଗ ଓ ଚାନ୍ଦବାଲି ଥାନାକୁ ଖବର ଦେଇଥିଲେ ।

ଘଟଣା ସ୍ଥଳରେ ଅଗ୍ନିସମ ବିଭାଗର ଟିମ ପହଁଚି ନଦୀରେ ପାୱାର ବୋଟ ମାଧ୍ୟମରେ ଗତକାଲି ଓ ଆଜି ବହୁତ ଖୋଜାଖୋଜୀ କରିବାପରେ ଆଜି ସନ୍ଧ୍ୟାରେ ମୃତଦେହକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି । ନଦୀକୁ ଡେଇଁଥିବା ଯୁବତୀ ଜଣକ ଶ୍ରୀମନ ଜେନା ବୋଲି ସୂଚନା ମିଳିଛି , ଶ୍ରୀମନଙ୍କ ଘର ଚାନ୍ଦବାଲି ବ୍ଲକ ଓରାସାହି ନେଢୁଆଳି ଗାଁ ହୋଇଥିବା ବେଳେ ସେ ତାଙ୍କ ମାମୁ ଘରେ ରହି ପାଠ ପଢୁଥିବା ସୂଚନା ମିଳିଛି । ତେବେ ଯୁବତୀ ଜଣକ କାହିଁକି ନଦୀକୁ ଡେଇଁଲେ ତାହା ଏ ଯାଏଁ ସୂଚନା ମିଳି ପାରି ନାହିଁ l

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଗ୍ରୀଷ୍ମ ରୁତୁରେ ଏହି ଭୁଲ ପାଇଁ ଅଧିକ କେଶ ଝଡ଼େ...

Sat Apr 16 , 2022
ସ୍ମୁତୀ ସନ୍ଧ୍ୟା କେଶର ଯତ୍ନ ପାଇଁ ଆପଣ ଅନେକ ଉତ୍ପାଦ ବ୍ୟବହାର କରନ୍ତି, କିନ୍ତୁ ଏହା ପ୍ରାୟତ ଘଟେ ଯେ ଆପଣ କେଶ ଝଡ଼ିବା ଆରମ୍ଭ କରନ୍ତି | ଏପରି ପରିସ୍ଥିତିରେ, କେଶ ନ ଝଡ଼ିବା ପାଇଁ ଆପଣ କିଛି ଅଭ୍ୟାସ ବଦଳାଇବା ଉଚିତ୍ | ଏହି କେତୋଟି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ କେଶ ଝାଡ଼ିବା ରୋକନ୍ତୁ l ପ୍ରତିଦିନ ସାମ୍ପୁ ଗ୍ରୀଷ୍ମ ଇରୁତୁ ରେ ସପ୍ତାହରେ ଅତି […]

You May Like

Pin It on Pinterest